ପ୍ରମୁଖ ଖବର

ପୁତୁରାଙ୍କୁ ପୁଣି ବିଦା କଲେ ମାୟାବତୀ, ଦଳର ଜାତୀୟ ସଂଯୋଜକ ପଦବିରୁ ବିଦା ହେଲେ ଆକାଶ ଆନନ୍ଦ
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ
ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ ଓ ଷ୍ଟୁଡିଓ ମାଲିକ
ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ,ପାଖରୁ ମିଳିଲା ଗଞ୍ଜେଇ
ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଏସଡି ହେଲେ କୌଶିକ ପଟ୍ଟନାୟକ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ
ହାଇଓ୍ୱେ କଡରେ ରହିବନି ମଦ ଦୋକାନ । ଇ-ରିକ୍ସା ଡ୍ରାଇଭରଙ୍କ ଯାଞ୍ଚ ଜରୁରୀ । ଯୋଗୀ ଜାରି କଲେ ନୂଆ ଆଦେଶ
ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା
ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି

ଏପ୍ରିଲରୁ ଆରମ୍ଭ ହେବ ପ୍ଲଟ ପଞ୍ଜୀକରଣ

0

ଭୁବନେଶ୍ବର: ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ। ଏନେଇ ରାଜସ୍ବ ବିଭାଗକୁ ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ଦେଇଛି। ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଷ କରି ଏହାକୁ ଏପ୍ରିଲରୁ କାର୍ଯ୍ୟକାରୀ କରାଯିବ। ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଏନେଇ ମନ୍ତ୍ରୀ କହିଛନ୍ତି, ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା ଯୋଗୁଁ ରାଜସ୍ବ ହାନି ହେଉଛି। ଏଥିପାଇଁ କିପରି ପାର୍ଟ ବିକ୍ରି ହେବ ଓ କିପରି ନୂଆ ଗାଇଡଲାଇନ ହୋଇପାରିବ, ସେନେଇ ରାଜସ୍ବ ବିଭାଗ ତତ୍ପରତା ଦେଖାଇଛି। ଗାଇଡଲାଇନ ଫଳରେ ପ୍ଲଟିଂରେ ପ୍ଲଟ କରିଣୁଥିବା ଲୋକେ ରାସ୍ତା ଓ ଆନୁଷଙ୍ଗିକ ସୁବିଧା ମଧ୍ୟ ପାଇପାରିବେ। ଯାହା ପୂର୍ବରୁ ନଥିଲା ବୋଲି କହିଛନ୍ତି ମନ୍ତ୍ରୀ।

ଏଥିସହିତ ମନ୍ତ୍ରୀ ଏହା ବି କହିଛନ୍ତି, ଡ୍ରାଫ୍ଟକୁ ଅଧୟନ କରାଯିବ । ଆବଶ୍ୟକ ପଡିଲେ ଆଉ କିଛି ନିୟମାବଳି ଯୋଡ଼ାଯିବ। ରେରା ଓଡିଏ ମଧ୍ୟ ଏହି ଡ୍ରାଫ୍‌କୁ ତର୍ଜମା କରିବ। ମାର୍ଚ୍ଚ ମାସ ସୁଦ୍ଧା ସଂଶୋଧନ ଏବଂ ସ୍ପଷ୍ଟୀକରଣ ଯାହା ଆବଶ୍ୟକତା ଅଛି ନୋଟିଫିକେସନ ହେବ। ୫ହଜାର ସ୍କୋୟାର ଫୁଟ ପର୍ୟ୍ୟନ୍ତ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ନେଇ ମୋଡାଲିଟି ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ବିଭାଗକୁ ଡ୍ରାଫ୍ଟ ତିଆରି କରିବାକୁ କହିଥିଲା ରାଜସ୍ବ ବିଭାଗ।

Leave A Reply

Your email address will not be published.