ପ୍ରମୁଖ ଖବର

ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ: ନବୀନଙ୍କୁ ଚିଠି ଲେଖି ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ବିଜେଡି ନେତା ରାଜା ଚକ୍ରଙ୍କ ୧୦ ସ୍ଥାନରେ ଚଢାଉ
ମାଧବୀ ପୁରୀ ବୁଚ୍‌ଙ୍କୁ ମିଳିଲା ଆଶ୍ଵସ୍ତି, ରୁଜୁ ହେବ ନାହିଁ ଏଫଆଇଆର୍
ସନ୍ତୋଷ ଦେଶମୁଖ ହତ୍ୟା ମାମଲାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧନଞ୍ଜୟ ମୁଣ୍ଡେ
ମାର୍ଚ୍ଚ ୫ ପାଳନ ହେବନି ପଞ୍ଚାୟତିରାଜ ଦିବସ, ଖୋଲା ରହିବ ସମସ୍ତ ସ୍କୁଲ
ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଫାଇନାଲରେ ଟିମ୍ ଇଣ୍ଡିଆ
ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ: ଫିଜିକାଲ ଟେଷ୍ଟ ବେଳେ ୨ ଆଶାୟୀଙ୍କ ମୃତ୍ୟୁ: ୪ ଲକ୍ଷ ଅନୁକମ୍ପା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର
ବଳବତ୍ତର ରହିଲା ବିଷ୍ଣୁପଦଙ୍କ ଅନ୍ତରୀଣ ସୁରକ୍ଷା

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧନଞ୍ଜୟ ମୁଣ୍ଡେ

0

ମହାରାଷ୍ଟ୍ର: ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟା ମାମଲାରେ ଫସିଥିବା ମହାରାଷ୍ଟ୍ରର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ଏବଂ ରାଜ୍ୟପାଳଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ, ଧନଞ୍ଜୟ ମୁଣ୍ଡେ ତାଙ୍କ ଇସ୍ତଫାପତ୍ର ଦାଖଲ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟାର ଫଟୋ ପ୍ରଘଟ ହେବାପରେ, ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଦାବି ପୁଣି ଥରେ ଜୋର ଧରିଥିଲା। ଫଟୋରେ ଦେଖାଯାଇଥିଲା ଯେ, ଅଭିଯୁକ୍ତମାନେ ସନ୍ତୋଷ ଦେଶମୁଖଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ତା’ପରେ ସେଲ୍ଫି ଉଠାଇ ଭିଡିଓ କରିଥିଲେ। ମହାରାଷ୍ଟ୍ର ବଜେଟ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳ ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟା ମାମଲାରେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଦାବି କରିଥିଲେ।

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ସୋମବାର ରାତିରେ ଦେବଗିରିରେ ଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବଙ୍ଗଳାରେ ପହଞ୍ଚି ତାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଫଡନବୀସ ଧନଞ୍ଜୟ ମୁଣ୍ଡେଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ ଏବଂ ଏହାପରେ ଧନଞ୍ଜୟ ମୁଣ୍ଡେ ଖୁବ୍ ଶୀଘ୍ର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ।

ମହାରାଷ୍ଟ୍ର ବୀଡ୍ ଜିଲ୍ଲାର କୈଜ ତହସିଲର ମାସାଜୋଗ ଗ୍ରାମର ତିନିଥର ସରପଞ୍ଚ ରହିଥିବା ସନ୍ତୋଷ ଦେଶମୁଖଙ୍କୁ ଗତ ଡିସେମ୍ବର ୯ ତାରିଖରେ ପ୍ରଥମେ ଅପହରଣ, ନିର୍ଯାତନା ଏବଂ ପରେ ହତ୍ୟା କରାଯାଇଥିଲା।

Leave A Reply

Your email address will not be published.