ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

କୋଲ୍ଡ ଡ୍ରିଙ୍କ୍ସବୋତଲରେ ଦେଶୀ ମଦ ବିକ୍ରି , ୨ ଜଣ ଗିରଫ

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ନୂଆ ଉପାୟରେ ଚୋରା ମଦ କାରବାର। ଭୁବନେଶ୍ୱରରେ ଚାଲିଛି କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ବିକ୍ରି। ଶୁକ୍ରବାର ଘାଟିକିଆରେ ଦେଶୀ ମଦ ଚାଲାଣ ବେଳେ ବିପୁଳ ପରିମାଣର ଦେଶୀମଦ ଜବତ କରିଛି ଅବକାରୀ ବିଭାଗ। ଏଥିସହିତ ଦୁଇଜଣ ବେପାରୀକୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଭୁବନେଶ୍ବର ଘାଟିକିଆ ବରମୁଣ୍ଡା ରାସ୍ତାରେ ଏକ ଦୋକାନରେ ସ୍ପ୍ରାଇଟ ବୋତଲରେ ମଦ ବିକ୍ରି କରାଯାଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇ ଉକ୍ତ ଦୋକାନରେ ପହଞ୍ଚିଥିଲା ଅବକାରୀ ବିଭାଗ। ଦୋକାନରେ ଚଢାଉ କରିବା ପରେ ମଦ ବ୍ୟବସାୟର ଏହି ଅନନ୍ୟ ଉପାୟ ଦେଖି ଅବକାରୀ ବିଭାଗର ମୁଣ୍ଡ ମଧ୍ୟ ଚକ୍କର ଖାଇଥିଲା। ଦେଶୀ ମଦ ଭର୍ତ୍ତି କୋଲ୍ଡ ଡ୍ରିଙ୍କ୍ସ ଟ୍ରେ ସବୁ ଜବତ କରିବା ସହ ଘଟଣାରେ ଦୋକାନ ମାଲିକ ଓ ଅନ୍ୟଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

Leave A Reply

Your email address will not be published.