ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଅନାସ୍ଥା ଭୋଟରେ ହାରିଗଲେ ବ୍ୟାସନଗର ପୌରାଧ୍ୟକ୍ଷା

0

ବ୍ୟାସନଗର: ଅନାସ୍ଥାରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ବିଜେଡି ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍। ଅନାସ୍ଥା ଭୋଟରେ ଶାସନ ଗାଦି ହରାଇ ବସିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପୌର କାର୍ଯ୍ୟାଳୟର ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ହୋଇଥିଲା ଅନାସ୍ଥା ଭୋଟ। ମୋଟ ୨୬ ଜଣ କାଉନସିଲର ସଭ୍ୟ, ସଭ୍ୟାଙ୍କ ମଧ୍ୟରୁ ୨୦ଜଣ କାଉନସିଲର ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ତେବେ ମାମଲାଟି ହାଇକୋର୍ଟରେ ବିଚରାଧିନ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫଳାଫଳ ଘୋଷଣା ହୋଇନାହିଁ।

ଯାଜପୁର ବ୍ୟାସନଗର ପୌରପରିଷଦରେ ଆଜି ଅପରାହ୍ନରେ ଶେଷ ହୋଇଛି ଅନାସ୍ଥା ଭୋଟ। ପୌରାଧ୍ୟକ୍ଷାଙ୍କ ବିରୋଧରେ ଆଗତ ହୋଇଥିଲା ଅନାସ୍ଥା ଭୋଟ। ଏଥିରେ ମୋଟ୍ ୨୬ଟି ୱାର୍ଡର ୨୬ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ଜଣ ମତଦାନ କେନ୍ଦ୍ରରେ ପ୍ରବେଶ କରିଥିଲେ ଏବଂ ଅନାସ୍ଥା ସପକ୍ଷରେ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ତନ୍ମଧ୍ୟରୁ ୧୩ ଜଣ ବିଜେଡ଼ି,୩ ଜଣ ସ୍ୱାଧୀନ ଏବଂ ୪ଜଣ କଂଗ୍ରେସ କାଉନସିଲର ମହଜୁଦ ଥିଲେ। ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କୁ ତାଙ୍କ ପଦ ହରାଇବାକୁ ପଡ଼ିଛି। ଏଥିସହ ବିଜେଡିର ଅନ୍ତର୍ଦ୍ୱନ୍ଦ ପଦାରେ ପଡ଼ିଛି।

Leave A Reply

Your email address will not be published.