ପ୍ରମୁଖ ଖବର

ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ପୁଣି ନାବାଳିକା ଦେହରେ ନିଆଁ
ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ
ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ମୃତ
କଟକ ଆଖପାଖ ଅଞ୍ଚଳକୁ ହେବ ସମୃଦ୍ଧ ମଡେଲ ଅଞ୍ଚଳ: ମୁଖ୍ୟମନ୍ତ୍ରୀ

ଖୁବ ଶୀଘ୍ର ୧୦ ଓ ୫୦୦ ଟଙ୍କା ନୂଆ ନୋଟ୍ ଆଣିବ ଆରବିଆଇ

0

ନ୍ୟୁଜ୍ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆରବିଆଇ ଖୁବ ଶୀଘ୍ର ୧୦ ଟଙ୍କା ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ନୋଟ୍‌ ଗୁଡ଼ିକରେ ନୂଆ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ। ଏହି ନୋଟଗୁଡ଼ିକର ଡିଜାଇନ ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ (ନୂଆ) ସିରିଜ ନୋଟ ସହିତ ସମାନ ରହିବ, କେବଳ ଗଭର୍ନରଙ୍କ ଦସ୍ତଖତରେ ପରିବର୍ତ୍ତନ ହେବ।

ଏହି ଦୁଇଟି ନୋଟରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ କିଛି ପରିବର୍ତ୍ତନ ସହିତ ନୂଆ ନୋଟ୍ ଜାରି କରାଯିବ। ବର୍ତ୍ତମାନ ପ୍ରଚଳିତ ଦଶ ଏବଂ ୫୦୦ ଟଙ୍କା ନୋଟ୍ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର ଦିନ କହିଛି ଯେ, ଏହି ନୂତନ ନୋଟଗୁଡିକର ଡିଜାଇନ୍ ପୂର୍ବରୁ ଦିଆଯାଇଥିବା ମହାତ୍ମା ଗାନ୍ଧୀ (ନୂତନ) ସିରିଜ୍ ₹ ୧୦ ଏବଂ ₹ ୫୦୦ ନୋଟ ସହିତ ସମାନ ହେବ। ଏହାର ଅର୍ଥ ହେଉଛି ଡିଜାଇନ୍ କିମ୍ବା ସୁରକ୍ଷା ସହିତ ଜଡିତ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେବଳ ବର୍ତ୍ତମାନ ନୂତନ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ସହ ନୂଆ ନୋଟ୍ ଆସିବ।
ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଆଇଏଏସ। ପ୍ରଶାସନିକ ସେବାରେ ତାଙ୍କରେ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ୩୩ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟ କରି ଚାଲିଛନ୍ତି।

ଗତ ମାସରେ, ଆରବିଆଇ ୧୦୦ ଏବଂ ୨୦୦ଟଙ୍କାର ନୂତନ ନୋଟ୍ ପ୍ରଦାନ କରିବାକୁ ଘୋଷଣା କରିଥିଲା। ଏହାର ଅର୍ଥ ହେଉଛି ଶୀଘ୍ର ଆପଣ ବଜାରରେ ଅନେକ ନୂଆ ନୋଟ୍ ଦେଖିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଘୋଷଣା ଅନୁଯାୟୀ ରିଜର୍ଭ ବ୍ୟାଙ୍କ ୧୦, ୧୦୦, ୨୦୦ ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ସମସ୍ତ ନୋଟରେ ନୂତନ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ।

Leave A Reply

Your email address will not be published.