ଖୋର୍ଦ୍ଧା: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀ ନିର୍ଯାତନା ସହି ନ ପାରି ସ୍ୱାମୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି।
ମୁଁ ରାମଚନ୍ଦ୍ର ବଡ଼ଜେନା। ମୋ ଘର କୁମ୍ଭାରବସ୍ତ। ମୋ ସ୍ତ୍ରୀ ପାଇଁ ମୁଁ ଆଜି ସୁଇସାଇଡ୍ କରୁଛି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ୍ କରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗ୍ରାମରେ। ତେବେ ରାମଚନ୍ଦ୍ରଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ ସହ ସ୍ତ୍ରୀଙ୍କ ସହ ତାଙ୍କ କଥାବାର୍ତ୍ତାର ଏକ ଅଡ଼ିଓ ମଧ୍ୟ ଭାଇରାଲ ହେଉଛି। ଅଡିଓରେ ସ୍ତ୍ରୀ ତାଙ୍କୁ ‘ଆହୁରି ମରିନ’ ବୋଲି କହୁଥିବା ଦେଖାଯାଉଛି।
ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଜଙ୍କିଆ ଥାନା ଅନ୍ତର୍ଗତ ନରଣଗଡ଼ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ରାମଚନ୍ଦ୍ରଙ୍କର ବୋଲି ଜଣାପଡିଥିଲା। ପରେ ମୃତଦେହକୁ ରାମଚନ୍ଦ୍ରଙ୍କ ପରିବାରଲୋକେ ଚିହ୍ନଟ କରିଥିଲେ। ରାମଚନ୍ଦ୍ର ଜଙ୍କିଆ ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଗତ କିଛି ବର୍ଷ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିବା ପରେ କଳହ ବଢ଼ିଚାଲିଥିଲା। ଶେଷରେ ସ୍ତ୍ରୀଙ୍କ ନିର୍ଯାତନା ଅସହ୍ୟ ହେଉଥିବା ଦର୍ଶାଇ ମୋବାଇଲରେ ଏକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ ରାମଚନ୍ଦ୍ର। ପରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଖବର ପାଇ ରେଳ ବିଭାଗ ପୋଲିସ ଏବଂ ଜଙ୍କିଆ ଥାନା ମୃତଦେହ ଜବତ କରିଛି।
ପ୍ରମୁଖ ଖବର
କଟକ ରେଲ୍ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ
ବନ୍ୟାରେ ଭାସିଗଲା କାର୍ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ