ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍‌କାଉଣ୍ଟର

0

ସମ୍ବଲପୁର: ସମ୍ବଲପୁରରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍‌କାଉଣ୍ଟର। ରଙ୍ଗିଆଟିକ୍ରାରେ ଅପରାଧୀ ସୀତାରାମ ଷଡ଼ଙ୍ଗୀକୁ ଏନକାଉଣ୍ଟର କରିଛି ପୋଲିସ। ସୀତାରାମର ବାମ ଗୋଡ଼ରେ ବାଜିଛି ଗୁଳି। ତାକୁ ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।
ତେବେ ସୀତାରାମ ନାଁରେ ୨୫ରୁ ଊର୍ଦ୍ଧ୍ବ ମାମଲା ରହିଛି ବୋଲି ଜଣାପଡିଛି। ବିଭିନ୍ନ ଥାନାରେ ଡକାୟତି, ଲୁଟ୍ ଓ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ସୀତାରାମ ଷଡ଼ଙ୍ଗୀ। ସୀତାରାମ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ।

ସୀତାରାମକୁ ବହୁଦିନ ଦରି ପୋଲିସ ଖୋଜୁଥିବାବେଳେ ଆଜି ତାକୁ ଗିରଫ ପାଇଁ ଯାଇଥିଲା। ହେଲେ ପୋଲିସକୁ ଦେଖି ସୀତାରାମ ଗୁଳି ଚଳାଇଥିବାବେଳେ, ଏହାର ପାଲଟା ଜବାବରେ ପୋଲିସ ଏନକାଉଣ୍ଟର କରିଥିଲା। ଯେଉଁଥିରେ ସେ ଗୁରୁତର ହୋଇ ଚିକିତ୍ସିତ ହେଉଛି।

Leave A Reply

Your email address will not be published.