ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ପହଲଗାମ୍ ହମ୍‌ଲା : ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା

0

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର ପହଲଗାମ୍ ଆତଙ୍କୀ ହମଲା ଘଟଣା। ଜମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷର କ୍ଷତିପୂରଣ ସହାୟତା ଘୋଷଣା କରାଯାଇଛି।ଗୁରୁତର ଆହତଙ୍କୁ ମିଳିବ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ନେଇ ଘୋଷଣା କରିଛନ୍ତି ଜମ୍ମୁକାଶ୍ମୀର ସରକାର । ଘଟଣାକୁ ନିନ୍ଦା କରିଛନ୍ତି ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ।

ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ଡକାଇଛନ୍ତି ପିଏମ୍ ମୋଦି। ହମ୍‌ଲା ବିରୋଧରେ ନିଆଯାଇପାରେ କଠୋର ପଦକ୍ଷେପ ବୋଲି ସୂଚନା ମିଳିଛି। ଗତକାଲି ପହଲଗାମରେ ଆତଙ୍କୀ ହମଲା ହୋଇଥିଲା। ପୁଲୱାମା ପରେ ଏହା ସବୁଠୁ ବଡ଼ ଧରଣର ହମଲା। ଏହି ଆକ୍ରମଣ ନେଇ ନିଜକୁ ଦାୟୀ କରିଛି ଏଲଇଟିର ଶାଖା ଟିଆର୍‌ଏଫ୍। ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଅନ୍ୟୁନ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶ୍ରୀନଗର ମୁଖ୍ୟାଳୟଠାରୁ ପ୍ରାୟ ୮୫ କିଲୋମିଟର ଦୂର ପହଲଗାମର ବୈଶରଣ ଜଙ୍ଗଲ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା।

Leave A Reply

Your email address will not be published.