ପଶ୍ଚିମବଙ୍ଗ: ଆସନ୍ତାକାଲି ପଶ୍ଚିମବଙ୍ଗ ଦିଘା ଜଗନ୍ନାଥ ମନ୍ଦିରର ଶୁଭ ଉଦଘାଟନ। ମନ୍ଦିରଟି ପୁରୀ ଜଗନ୍ନାଥ ମନ୍ଦିର ଆକୃତିରେ ନିର୍ମାଣ କରାଯାଇଛି।ଏହି ମନ୍ଦିରଟି ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥ ଏବଂ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହେବାକୁ ଯାଉଛି। ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ, ଏହି ବିଶାଳ ଢାଞ୍ଚା ରାଜସ୍ଥାନର ଉନ୍ନତ ଗୋଲାପି ପଥରରେ ତିଆରୀ ହୋଇଛି। ୨୦ ଏକର ପରିମିତ ଏହି ମନ୍ଦିରକୁ ରାଜ୍ୟ ସରକାର ୨୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ରାଜସ୍ଥାନର ୮୦୦ ରୁ ଅଧିକ କୁଶଳୀ କାରିଗର ଏହି ମନ୍ଦିରକୁ ଜୀବନ୍ତ କରିବା ପାଇଁ ସେମାନଙ୍କର ଦକ୍ଷତା ଉତ୍ସର୍ଗ କରିଛନ୍ତି। ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏହି ଜଗନ୍ନାଥ ମନ୍ଦିରକୁ ପ୍ରତିଷ୍ଠା କରାଯିବ। ଏନେଇ ଆଜିଠୁ ଆରମ୍ଭ ହୋଇଯାଇଛି ହୋମଯଜ୍ଞ। ୨ କ୍ବିଣ୍ଟାଲ ଘିଅ ଏବଂ ୧୦୦ କ୍ବିଣ୍ଟାଲ ଆମ୍ବ ଓ ବେଲ କାଠରେ ଏହି ଯଜ୍ଞ କରାଯିବ। ଏନେଇ ପୁରୀରୁ ୫୭ ଜଣ ଜଗନ୍ନାଥ ପୂଜକ ଏବଂ ୧୭ ଜଣ ଇସ୍କନ ସନ୍ଥଙ୍କୁ ଏହି ହୋମଯଜ୍ଞରେ ସାମିଲ କରାଯାଇଛି।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ