ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ମେ’ ଆରମ୍ଭରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର

0

ନୂଆଦିଲ୍ଲୀ: ମେ’ ପହିଲାରୁ କମିଲା ଏଲ୍‌ପିଜି ସିଲିଣ୍ଡର ଦର। ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି। ଯଦିଓ ଘରୋଇ ବ୍ୟବହାର ପାଇଁ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ, କିନ୍ତୁ ୧୯ କିଲୋଗ୍ରାମ ସିଲିଣ୍ଡର ଏବେ ପୂର୍ବ ଅପେକ୍ଷା ଶସ୍ତାରେ ଉପଲବ୍ଧ ହେବ। ରିପୋର୍ଟ ଅନୁସାରେ, ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୭ ଟଙ୍କା ହ୍ରାସ ପାଇଛି। ସଂଶୋଧିତ ମୂଲ୍ୟ ଦ୍ୱାରା ରେଷ୍ଟୁରାଣ୍ଟ, ହୋଟେଲ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ଲାଭବାନ ହେବେ। ଯେଉଁମାନେ ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି ସିଲିଣ୍ଡର ବ୍ୟବହାର କରନ୍ତି ସେମାନଙ୍କୁ ଆଜିର ନୂଆ ମୂଲ୍ୟ ଫାଇଦା ଯୋଗାଇବ।

ନୂତନ ଅପଡେଟ ଅନୁସାରେ, ଦିଲ୍ଲୀରେ ଏବେ ଗ୍ରାହକମାନଙ୍କୁ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ପାଇଁ ୧୭୪୭.୫୦ ଟଙ୍କା ଦେବାକୁ ପଡିବ। ଏପ୍ରିଲରେ ସମାନ ସିଲିଣ୍ଡର ୧୭୬୨ ଟଙ୍କାରେ ଉପଲବ୍ଧ ଥିଲା, ଯେତେବେଳେ କି ମାର୍ଚ୍ଚରେ ଏହାର ମୂଲ୍ୟ ୧୮୦୩ ଟଙ୍କା ଥିଲା। ଏହାର ଅର୍ଥ ହେଉଛି ଗତ ଗୋଟିଏ ମାସରେ ୧୪.୫ ଟଙ୍କା ଏବଂ ଦୁଇ ମାସରେ ମୋଟ ୫୫.୫ ଟଙ୍କା ହ୍ରାସ ପାଇଛି। ଏହି ହ୍ରାସ ବିଶେଷକରି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାଣିଜି୍ୟକ ବ୍ୟବହାରକାରୀଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର।

ଲଗାତାର ଭାବେ ଦୁଇ ମାସ ମଧ୍ୟରେ ବାଣିଜ୍ୟିକ ଏଲପିଜି ଦରରେ ଦ୍ୱିତୀୟ ହ୍ରାସ ପାଇଛି। ୧ ଏପ୍ରିଲରେ ଦିଲ୍ଲୀରେ ସିଲିଣ୍ଡର ମୂଲ୍ୟ ୪୧ଟଙ୍କା ହ୍ରାସ ପାଇଥିଲା, ଏବଂ ଏବେ ପୁଣି ଥରେ ୧୪.୫୦ ହ୍ରାସ ପାଇଛି। ଘରୋଇ ଏଲପିଜି ମୂଲ୍ୟ ଶେଷ ଥର ପାଇଁ ୮ ଏପ୍ରିଲ ୨୦୨୫ରେ ପରିବର୍ତ୍ତନ କରାଯାଇଥିଲା, ଯେତେବେଳେ ପ୍ରାୟ ଗୋଟିଏ ବର୍ଷ ଧରି ସ୍ଥିରତା ପରେ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.