ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୋଆ ପ୍ରତିଷ୍ଠାତାଙ୍କ ସହ ପଦ୍ମ ପୁରସ୍କାର ବିଜେତା ପ୍ରଫେସର ଅଶୋକ ମହାପାତ୍ରଙ୍କ ସୌଜନ୍ୟମୂଳକ ସାକ୍ଷାତ

0

ଭୁବନେଶ୍ୱର: ପଦ୍ମଶ୍ରୀ ବିଜେତା ପ୍ରଫେସର ଅଶୋକ କୁମାର ମହାପାତ୍ର ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଗତ ୨୮ ତାରିଖ ଦିନ ନୂଆଦିଲ୍ଲୀସ୍ଥ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତି ଦୌପଦୀ ମୁର୍ମୁ ପ୍ରଫେସର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ଭେଷଜ ବିଜ୍ଞାନ କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ପ୍ରଫେସର ମହାପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଦେଶର ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ମହାପାତ୍ର ସୋଆର ପୂର୍ବତନ କୁଳପତି ଭାବେ ଦାୟିତ୍ୱ ତୁଲାଇ ସାରିଥିବା ବେଳେ ବର୍ତମାନ ବିଶ୍ୱବିଦ୍ୟାଳୟର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦବୀରେ ଅଧିଷ୍ଠିତ ଅଛନ୍ତି।

ନୂଆଦିଲ୍ଲୀ ସ୍ଥିତ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ମହାପାତ୍ର ଭୁବନେଶ୍ୱର ଏମ୍ସର ମଧ୍ୟ ପ୍ରଥମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ବିଶ୍ୱର ଶ୍ରେଷ୍ଠ ୫ ଜଣ ନ୍ୟୁରୋସର୍ଜନଙ୍କ ମଧ୍ୟରେ ତାଙ୍କୁ ମାନ୍ୟତା ଦିଆଯାଇଛି। ନୂଆଦିଲ୍ଲୀରୁ ଫେରିବା ପରେ ପ୍ରଫେସର ମହାପାତ୍ର ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟି ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ। ପ୍ରଫେସର ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।

Leave A Reply

Your email address will not be published.