ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷାଫଳ

0

ଭୁବବନେଶ୍ବର: ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳ ଚଳିତ ମାସ ୬ ତାରିଖରେ ପ୍ରକାଶ ପାଇବ ବୋଲି ଶନିବାର ଏକ ଗୁଜବ ସୃଷ୍ଟି ହୋଇଥିଲା। ତେବେ ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ ପରିଡ଼ା ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ଡ. ପରିଡ଼ା କହିଛନ୍ତି, ସୋସିଆଲ ମିଡିଆରେ ଏକ ଫେକ୍‌ ଡ୍ରାଫ୍ଟ ଘୂରିବୁଲୁଛି। ଏହାକୁ ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ଧ୍ୟାନ ଦିଅନ୍ତୁ ନାହିଁ। ମେ’ ମାସ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସେ ସୂଚନା ଦେଇଛନ୍ତି।

ତେବେ ଯୁକ୍ତ୨ ପରୀକ୍ଷା ସମାପ୍ତ ହେବାର ୪୫ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ପରିଷଦ ସ୍ଥିର କରିଥିଲା। ମାତ୍ର ଖରା କାରଣରୁ ଖାତାଦେଖାରେ କିଛିମାତ୍ରାରେ ବିଳମ୍ବ ହୋଇଥିବା ସେ କହିଛନ୍ତି। ସୂଚନାଥାଉ କି, ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୨୭୬ ସେଣ୍ଟରରେ ୩,୯୩,୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

Leave A Reply

Your email address will not be published.