ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ପୂଜା ବା ଶୁଭ କାମରେ କଳସ କାହିଁକି?

0

ଭୁବନେଶ୍ୱର: ଯେ କୌଣସି ପୂଜା ବିଧି ବା ଶୁଭ କାମରେ କଳସ ବସାଇବାର ବିଧି ବା ପରମ୍ପରା କେବେ ଠାରୁ ଅଛି ସେ ନେଇ ଠୋସ୍‍ ତଥ୍ୟ ଉପଲବ୍ଧ ନାହିଁ। କିନ୍ତୁ ଆମ ସମସ୍ତଙ୍କ ମନ ଭିତରେ ଗୋଟିଏ କଥା ସବୁବେଳେ ଥାଏ ଯେ ପିଲାମାନଙ୍କ ପରୀକ୍ଷା ହେଉ କିମ୍ୱା ଚାକିରି ପାଇଁ ସାକ୍ଷାତାକାର ଦେବାକୁ ଯିବା ସମୟରେ ଘର ବାହାରେ ବାପା ମାଆମାନେ ପୂର୍ଣ୍ଣ କୁମ୍ଭ ବସାଇଥାନ୍ତି। ସଙ୍କେତ ଥାଏ ଯେ ଏହା ଏକ ଶୁଭର ପ୍ରତୀକ।

ହେଲେ କାହିଁକି ଆମେ ଏହି ପୂର୍ଣ୍ଣ କୁମ୍ଭ ବସାଇବା, ଏହା ପଛର ଅସଲ ରହସ୍ୟ ବା ତତ୍ତ୍ୱ କଣ? ପଣ୍ଡିତମାନଙ୍କ ଯୁକ୍ତି ମନକୁ ଦୃଢ଼ କରିଥାଏ। ଭାରତୀୟ ସଂସ୍କୃତିରେ ପଇଡ ବା ନଡିଆକୁ ଶୁଭର ସଙ୍କେତ ବୋଲି ବୁଝାଯାଏ । ବାସ୍ତବିକ କଥା ହେଲା, ପଇଡ ବା ନଡିଆ ସୁଖ ଓ ସମୃଦ୍ଧିର ସୂଚକ ଅଟେ ।ଶୁଭ କାମରେ ଦେବଦେବୀଙ୍କ ପାଖରେ ନଡିଆ ଭାଙ୍ଗିବା ପ୍ରଥା ରହିଛି । ଜଳପୂର୍ଣ୍ଣ କଳସ ଉପରେ ପଇଡ ବା ନଡିଆ ଏକ ଶୁଭ ଚିହ୍ନ ।

ବାସ୍ତୁଶାସ୍ତ୍ର ମତାନୁସାରେ ମୁଖ୍ୟ ଦ୍ୱାରରେ ତଳେ ଦୁଇପଟେ ପୂର୍ଣ୍ଣ କଳସ ସ୍ଥାପନ କରିବା ବା ଚିତ୍ର ଆଙ୍କିବା ଦ୍ୱାରା ଗୃହରେ ବସବାସ କରୁଥିବା ବ୍ୟକ୍ତିମାନଙ୍କର ସର୍ବବିଧ ମଙ୍ଗଳ ହୁଏ ।

ହିନ୍ଦୁ ଧର୍ମର ପ୍ରତ୍ୟେକ ଶୁଭକର୍ମ ଓ ପୂଜାପାଠରେ କଳଲସର ବ୍ୟବହାର କରାଯିବା ପଛର ଏକ ବଡ କାରଣ ହେଲା, ଏହା ମଧ୍ୟରେ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର ତ୍ରିଦେବ ଥାନ୍ତିବୋଲି ବିଶ୍ୱାସ କରାଯାଏ । ଏଣୁ ଶୁଭ କାମ କରାଯିବା ସମୟରେ ପ୍ରଥମେ କଳସ ପୂଜା କରାଯାଇଥାଏ ।

ଯଜ୍ଞ ଆଦି ଶୁଭ କାର୍ଯ୍ୟରେ ମାଙ୍ଗଳିକ କଳସ ପୂଜା କରାଯାଇଥାଏ । ମାଟି,ପିତ୍ତଳ କିମ୍ୱା ତମ୍ୱା ପାତ୍ରରେ ଜଳପୂର୍ଣ୍ଣ କରି ସେଥିରେ ସାତ ପତ୍ର ଥିବା ନିଖୁଣ ଆମ୍ୱଡାଳ ରଖି ତା ଉପରେ ନଡିଆ ବା ନାସିଲଗା ପଇଡ ରଖି ଦୁବ,ବରକୋଳି ପତ୍ର,ଅରୁଆ ଚାଉଳ,ଫୁଲ ଆଦି ଦେଇ ତାହାକୁ ପ୍ରଥମେ ପୂଜା କରି ଆରାଧ୍ୟ ଦେବତାଙ୍କୁ ଆବାହନ କରାଯାଏ। ପୂଜା ସମୟରେ କଳସର ପାଣିକୁ ସମୁଦ୍ର,ନଡିଆ ବା ପଇଡକୁ ମନ୍ଦରାଚଳ ପର୍ବତ ସୂତାମୁ ବାସୁକୀ ସହିତ ତୁଳନା କରାଯାଇଛି। କଳସ ମୂଳରେ ସ୍ୱୟଂ ବ୍ରହ୍ମା,ମଧ୍ୟ ଭାଗରେ ଭଗବାନ ଶିବ ଏବଂ ଅଗ୍ରଭାଗରେ ଗୋଲକବିହାରୀ ବିଷ୍ଣୁ ରହିଥାଆନ୍ତି ବୋଲି ବିଶ୍ୱାସ କରାଯାଏ ।

Leave A Reply

Your email address will not be published.