ପ୍ରମୁଖ ଖବର

ପାଟଣାଗଡ଼ ପାର୍ସଲ ବୋମା ମାମଲା: ପୁଞ୍ଜିଲାଲ୍ ଦୋଷୀ, ମରିବା ଯାଏଁ ଜେଲ୍‌, ୧.୪ ଲକ୍ଷ ଟଙ୍କା ଜରିମାନା
ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ; ବିକଶିତ କୃଷି ସଂକଳ୍ପ ଅଭିଯାନରେ ହେବେ ସାମିଲ
ଧାନର ଏମଏସ୍‌ପି ୬୯ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର
ଓଡ଼ିଶାରୁ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ: ୫ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱରର ଓ ଜଣେ ଖୋର୍ଦ୍ଧା ଅଞ୍ଚଳର, ସଂକ୍ରମିତ ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା।
ପୁଣି ଜଣକୁ ଦଳିଦେଲା ଆମ ବସ୍‌: ଖଣ୍ଡଗିରିରେ ରାସ୍ତାରୋକ ଭାଙ୍ଗିଦେଲେ ୮ ବସ୍‌
କ୍ୟାବିନେଟ ବୈଠକରେ ୫ ପ୍ରସ୍ତାବକୁ ମୋହର; ବେସାମରିକ ସେବାରେ ବୟସ ସୀମା ୪୨କୁ ବୃଦ୍ଧି
ପ୍ରବଳ ବର୍ଷା ନେଇ ଆଲର୍ଟ; ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
ଆଜି ୪ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ: ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି

ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ବୃଦ୍ଧି କଲେ ସରକାର

0

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ତାରିଖକୁ ବୃଦ୍ଧି କରାଯାଇଛି। ଏନେଇ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ସୂଚନା ଦେଇଛନ୍ତି। ପୂର୍ବରୁ ଏହାର ଶେଷ ତାରିଖ ଜୁଲାଇ ୩୧, ୨୦୨୫ ଥିଲା। କିନ୍ତୁ ବର୍ତ୍ତମାନ୍ ଏହାକୁ ବଢାଇ ୧୫ ସେପ୍ଟେମ୍ବର ୨୦୨୫ କରାଯାଇଛି।

ରିଟର୍ଣ୍ଣ ଦାଖଲକୁ ସହଜ ଓ ସରଳ କରିବା ପାଇଁ ଚଳିତ ବର୍ଷ ଅର୍ଥାତ୍ ୨୦୨୫-୨୬ ପାଇଁ ଆଇଟିଆର ଫର୍ମରେ କିଛି ପରିବର୍ତ୍ତନ କରାଯାଇଛି। ତେବେ ସିଷ୍ଟମ ଅପଡେଟ୍, ଟିଡିଏସ୍ ଡାଟାର ପରୀକ୍ଷା ଏବଂ ସମାୟୋଜନ ଇତ୍ୟାଦି କାରଣରୁ ପରିବର୍ତ୍ତନଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ଅଧିକ ସମୟ ଲାଗୁଛି। ୩୧ ମଇ ୨୦୨୫ ସୁଦ୍ଧା ଦାଖଲ ହେବାକୁ ଥିବା ଟିଡିଏସ ଷ୍ଟେଟମେଣ୍ଟର ଡାଟା ଜୁନ୍ ପୂର୍ବରୁ ଦୃଶ୍ୟମାନ ହେବ ନାହିଁ। ଯେଉଁଥିପାଇଁ ଟିକସ ଦେବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରିବ ନାହିଁ। ଏହି କାରଣରୁ ସିବିଡିଟି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାପରେ କରଦାତାମାନେ ରିଟର୍ଣ୍ଣ ଦାଖଲ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇପାରିବେ।

ତେବେ ୨୦୨୪ ବଜେଟ୍ ଅନୁଯାୟୀ ITR-1 ରୁ ITR-7 ସମସ୍ତ ଫର୍ମକୁ ଅପଡେଟ୍ କରାଯାଇଛି। ଆୟକର ବିଭାଗ ଦ୍ୱାରା ITR ଇ-ଫାଇଲିଂ ଉପଯୋଗିତା ଜାରି କରିବାରେ ବିଳମ୍ବ ହେଉଥିବା ଯୋଗୁଁ ବର୍ତ୍ତମାନ ସୁଦ୍ଧା ରିଟର୍ଣ୍ଣ ଫାଇଲିଂ ଆରମ୍ଭ ହୋଇପାରିନାହିଁ।

ଚଳିତ ବର୍ଷ ଛୋଟ କରଦାତା ମାନଙ୍କ ପାଇଁ ନିୟମଗୁଡ଼ିକୁ ସରଳ କରିଦିଆଯାଇଛି। ଯେଉଁମାନଙ୍କର ୧.୨୫ ଲକ୍ଷ ପର୍ଯ୍ୟନ୍ତ (LTCG) ଅଛି (ଯେପରିକି ସେୟାର କିମ୍ବା ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡରୁ) ସେମାନେ ମଧ୍ୟ ITR-1 କିମ୍ବା ITR-4 ଫର୍ମ ଫାଇଲ୍ କରିପାରିବେ। ପୂର୍ବରୁ ଏମାନଙ୍କୁ ଅନ୍ୟ ଫର୍ମ ପୂରଣ କରିବାକୁ ପଡୁଥିଲା।

Leave A Reply

Your email address will not be published.