ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଯାଜପୁରରେ ହୋଟେଲକୁ ସିଲ୍ କଲା ପ୍ରଶାସନ

0

ଯାଜପୁର: ଯାଜପୁରରେ ଏକାବେଳେ ୧୧ ଜଣ ରୋଗୀ ପଜିଟିଭ ବାହାରିବା ଚିନ୍ତା ବଢିଯାଇଛି। ସ୍ଥିତି ଅଣାୟତ ଥିବା ବେଳେ ଏବେ ଘଟଣାସ୍ଥଳରେ ପହଂଚି ସ୍ଥିତି ପରଖିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦି ବୃନ୍ଦା। ପ୍ରତିଦିନ ନୂଆ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଚିନ୍ତା ବଢିଛି। ଜିଲ୍ଲାରେ ୨୧ଜଣଙ୍କ ନମୂନା ମଧ୍ୟରୁ ୧୧ଟିରେ ପଜିଟିଭ ଚିହ୍ନଟ ହୋଇଛି।

ଯାଜପୁର ପୌରପାଳିକା ପକ୍ଷରୁ ଏବେ ବିଭିନ୍ନ ହୋଟେଲରେ ଚଢାଉ ହୋଇଛି। ମେଡିକାଲ ପାଖରେ ଥିବା ଲୁଟିକା ହୋଟେଲକୁ ପ୍ରଶାସନ ସିଲ କରିଛି। ସେହି ହୋଟେଲରେ ବାସୀ ଖାଦ୍ୟ ଚିହ୍ନଟ ହେବା ପରେ ଆକ୍ସନ ନିଆଯାଇଛି। ଚଢାଉ ବେଳେ ସେହି ଟିମରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ ନିରୀକ୍ଷକ, ଖାଦ୍ୟ ନିରାପତା ଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ। ହୋଟେଲରେ ରୋଷେଇ ହୋଇଥିବା ରନ୍ଧା ଚିକେନ, ମଟନ ଓ ମାଛ ବାସୀ ଖାଦ୍ୟ ଚିହ୍ନଟ ପରେ ସେଗୁଡିକୁ ଜବତ କରାଯାଇ ବିଭିନ୍ନ ସ୍ଥାନରେ ପୋତା ଯାଇଛି। ସୂଚନା ଅନୁସାରେ ଏହି ହୋଟେଲରେ ବାସି ଖାଦ୍ୟ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସୁଥିଲା। ଆଉ ଅଭିଯୋଗ ପରେ ଚଢାଉ କରାଯାଇ ହୋଟେଲକୁ ସିଲ୍ କରାଯାଇଛି।

Leave A Reply

Your email address will not be published.