ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଲାଞ୍ଚ ନେଇ ଗିରଫ ହେଲେ ଇପିଏଫ ଅଧିକାରୀ

0

ବ୍ରହ୍ମପୁର: ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଥିବା ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ପିଆରଓ ଅନୀଲ ପତି ଗିରଫ। ଲାଞ୍ଚୁଆ ଇପିଏଫ ଅଫିସର ସିନିୟର୍ ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ ଅନିଲ କୁମାର ରଥଙ୍କୁ ଆଜି ଗିରଫ କରିଛି ସିବିଆଇ। ଗତକାଲି ଜଣେ ଯୁବକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭୁବନେଶ୍ବର ସିବିଆଇ ଟିମ୍।

ଲାଞ୍ଜିପଲ୍ଲୀ ନିକଟରେ ସିବିଆଇ ଅନିଲକୁ ଧରିବା ପରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି। ଗୋଟିଏ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ଇପିଏଫଓ ଅଧିକାରୀ ଲାଞ୍ଚ ନେଉଥିଲେ। ସିବିଆଇ ଟିମ ଅନୀଲକୁ ଧରିବା ପରେ ତାଙ୍କଠାରୁ ଲାଞ୍ଚ ନେଉଥିବା ଟଙ୍କା ଉଦ୍ଧାର କରିଛି।
ଗତକାଲି ତାଙ୍କୁ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ପଚରାଉଚୁରା କରିବା ପରେ ଆଜି ଗିରଫ କରିଛି ସିବିଆଇ

Leave A Reply

Your email address will not be published.