ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଲାଞ୍ଚ ନେଇ ଗିରଫ ହେଲେ ଇପିଏଫ ଅଧିକାରୀ

0

ବ୍ରହ୍ମପୁର: ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଥିବା ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ପିଆରଓ ଅନୀଲ ପତି ଗିରଫ। ଲାଞ୍ଚୁଆ ଇପିଏଫ ଅଫିସର ସିନିୟର୍ ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ ଅନିଲ କୁମାର ରଥଙ୍କୁ ଆଜି ଗିରଫ କରିଛି ସିବିଆଇ। ଗତକାଲି ଜଣେ ଯୁବକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭୁବନେଶ୍ବର ସିବିଆଇ ଟିମ୍।

ଲାଞ୍ଜିପଲ୍ଲୀ ନିକଟରେ ସିବିଆଇ ଅନିଲକୁ ଧରିବା ପରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି। ଗୋଟିଏ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ଇପିଏଫଓ ଅଧିକାରୀ ଲାଞ୍ଚ ନେଉଥିଲେ। ସିବିଆଇ ଟିମ ଅନୀଲକୁ ଧରିବା ପରେ ତାଙ୍କଠାରୁ ଲାଞ୍ଚ ନେଉଥିବା ଟଙ୍କା ଉଦ୍ଧାର କରିଛି।
ଗତକାଲି ତାଙ୍କୁ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ପଚରାଉଚୁରା କରିବା ପରେ ଆଜି ଗିରଫ କରିଛି ସିବିଆଇ

Leave A Reply

Your email address will not be published.