ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଯାଜପୁରରେ ହୋଟେଲକୁ ସିଲ୍ କଲା ପ୍ରଶାସନ

0

ଯାଜପୁର: ଯାଜପୁରରେ ଏକାବେଳେ ୧୧ ଜଣ ରୋଗୀ ପଜିଟିଭ ବାହାରିବା ଚିନ୍ତା ବଢିଯାଇଛି। ସ୍ଥିତି ଅଣାୟତ ଥିବା ବେଳେ ଏବେ ଘଟଣାସ୍ଥଳରେ ପହଂଚି ସ୍ଥିତି ପରଖିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦି ବୃନ୍ଦା। ପ୍ରତିଦିନ ନୂଆ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଚିନ୍ତା ବଢିଛି। ଜିଲ୍ଲାରେ ୨୧ଜଣଙ୍କ ନମୂନା ମଧ୍ୟରୁ ୧୧ଟିରେ ପଜିଟିଭ ଚିହ୍ନଟ ହୋଇଛି।

ଯାଜପୁର ପୌରପାଳିକା ପକ୍ଷରୁ ଏବେ ବିଭିନ୍ନ ହୋଟେଲରେ ଚଢାଉ ହୋଇଛି। ମେଡିକାଲ ପାଖରେ ଥିବା ଲୁଟିକା ହୋଟେଲକୁ ପ୍ରଶାସନ ସିଲ କରିଛି। ସେହି ହୋଟେଲରେ ବାସୀ ଖାଦ୍ୟ ଚିହ୍ନଟ ହେବା ପରେ ଆକ୍ସନ ନିଆଯାଇଛି। ଚଢାଉ ବେଳେ ସେହି ଟିମରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ ନିରୀକ୍ଷକ, ଖାଦ୍ୟ ନିରାପତା ଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ। ହୋଟେଲରେ ରୋଷେଇ ହୋଇଥିବା ରନ୍ଧା ଚିକେନ, ମଟନ ଓ ମାଛ ବାସୀ ଖାଦ୍ୟ ଚିହ୍ନଟ ପରେ ସେଗୁଡିକୁ ଜବତ କରାଯାଇ ବିଭିନ୍ନ ସ୍ଥାନରେ ପୋତା ଯାଇଛି। ସୂଚନା ଅନୁସାରେ ଏହି ହୋଟେଲରେ ବାସି ଖାଦ୍ୟ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସୁଥିଲା। ଆଉ ଅଭିଯୋଗ ପରେ ଚଢାଉ କରାଯାଇ ହୋଟେଲକୁ ସିଲ୍ କରାଯାଇଛି।

Leave A Reply

Your email address will not be published.