ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଅମରନାଥକୁ ହେଲିକପ୍ଟର ସେବା ବନ୍ଦ, ନୋ-ଫ୍ଲାଇଂ ଜୋନ୍ ଘୋଷଣା

0

ଉତ୍ତରାଖଣ୍ଡ: ଏଥର ଅମରନାଥ ଯାତ୍ରାରେ ଆତଙ୍କବାଦୀ ବିପଦକୁ ଦୃଷ୍ଟିରେ ରଖି ହେଲିକପ୍ଟର ସେବା ବାତିଲ କରାଯାଇଛି। ଜୁଲାଇ ୧ ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଏଥର ତୀର୍ଥ ଯାତ୍ରା ଉପରେ ଏକ ବଡ଼ ଆତଙ୍କବାଦୀ ବିପଦ ରହିଛି। ଏହି ବିପଦକୁ ଦୃଷ୍ଟିରେ ରଖି, ପ୍ରଥମ ଥର ପାଇଁ ପ୍ରଶାସନ ଯାତ୍ରା ରୁଟକୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରିଛି ଏବଂ ହେଲିକପ୍ଟର ସେବାକୁ ମଧ୍ୟ ବାତିଲ କରିଛି। ଏହି ନିଷ୍ପତ୍ତି କାଶ୍ମୀରକୁ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ବର୍ଣ୍ଣନା କରାଯାଉଥିବା ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜୁଲାଇ ୩ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏ ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ହେଲିକପ୍ଟର ସେବା ଉପଲବ୍ଧ ହେବ ନାହିଁ ବୋଲି ଜଣାପଡିଛି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ ନିର୍ଦେଶକ୍ରମେ ‘ଶ୍ରୀ ଅମରନାଥ ସ୍ରାଇନ ବୋର୍ଡ’ ପକ୍ଷରୁ ଏହା ଘୋଷଣା କରାଯାଇଛି। ଶ୍ରଦ୍ଧାଳୁମାନେ ଦୁଇଟି ରାସ୍ତା ଯଥା ପହଲଗାଓଁ ଓ ବାଲତାଲ ଦେଇ ଅମରନାଥ ଗୁମ୍ଫାକୁ ଯାତ୍ରା କରିଥାନ୍ତି। ଏ ବର୍ଷ ଶ୍ରଦ୍ଧାଳୁଙ୍କୁ ଚାଲିଚାଲି, ଖଚର କିମ୍ବା ପାଲିଙ୍କିରେ ଗନ୍ତବ୍ୟସ୍ଥଳ ଯିବାକୁ ପଡିବ। ନିକଟରେ ଉତ୍ତରାଖଣ୍ଡର କେଦାରନାଥରେ ହେଲିକ୍ପଟର ଦୁର୍ଘଟଣାଗ୍ରସ୍ତ ହୋଇ ପାଇଲଟ ସମେତ ୭ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ କେଦାରନାଥରେ ପାଞ୍ଚଥର ହେଲିକପ୍ଟର ଦୁର୍ଘଟଣା ହୋଇସାରିଲାଣି।

ଏହି ପରିପ୍ରେକ୍ଷୀରେ ପ୍ରତିକୂଳ ପାଗ ଯୋଗୁଁ ଅମରନାଥକୁ ହେଲିକପ୍ଟର ସେବା ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଇତିମଧ୍ୟରେ ଅମରନାଥ ଯାତ୍ରାର ପ୍ରସ୍ତୁତିକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁଲାଇ ୧ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଅମରନାଥ ରୁଟ୍‌କୁ ନୋ ଫ୍ଲାଏ ଜୋନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଏହି ରୁଟ୍‌ରେ ଉଡୁଥିବା କୌଣସି ବିମାନ, ହେଲିକପ୍ଟର କିମ୍ବା ଡ୍ରୋନକୁ ଗୁଳିକରି ଖସାଇ ଦେବାକୁ ସୁରକ୍ଷା କର୍ମୀଙ୍କୁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.