କେନ୍ଦୁଝର: ଯୋଡ଼ାରେ ଏକ ବଡ଼ ଅଘଟଣ ଘଟିଛି। ଖଣିରୁ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି ଓ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । କେନ୍ଦୁଝର ଯୋଡ଼ା ଥାନା ବିଛାକୁଣ୍ଡି ଦଲପାହାଡ଼ରେ ଘଟିଛି ଏହି ବଡ଼ ଅଘଟଣ। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ମାଟି ଅତଡ଼ା ଧସିଛି। ମୃତ ବ୍ୟକ୍ତିମାନେ ହେଲେ ବିଚାକୁଣ୍ଡି ଅଞ୍ଚଳର ସନ୍ଦୀପ ପୂର୍ତ୍ତି, ଗୁରୁ ଚମ୍ପିଆ ଏବଂ କାଣ୍ଡେ ମୁଣ୍ଡା ବୋଲି ଜଣାପଡିଛି।
ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନ ସମୟରେ ମାଙ୍ଗାନିଜ୍ ଚୋରା ଉତ୍ତୋଳନ ବେଳେ ଏହି ଅଘଟଣ ଘଟିଥିଲା। ଗତକାଲି ମାଟି ଅତଡ଼ା ଖସି ଶ୍ରମିକ ଚାପି ହୋଇଯାଇଥିଲେ। ଗତକାଲି ପ୍ରବଳ ବର୍ଷା ଜାରି ରହିଥିଲା। ବର୍ଷା ଓ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ୬ ଘଣ୍ଟା ପରେ ଉଦ୍ଧାର ହୋଇଛି ୩ଜଣଙ୍କ ମୃତଦେହ। ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରମୁଖ ଖବର
ଓଡ଼ିଶା ହେବ ‘ବିହନ ହବ୍’: ଉପମୁଖ୍ୟମନ୍ତ୍ରୀ
ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫କେଜି ଚାଉଳ
ବିଭିନ୍ନ ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି
କୁର୍ଣ୍ଣୁଲରେ ଜଳିଗଲା ବସ୍: ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ