ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା

0

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଅଳକନନ୍ଦା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଭୂସ୍ଖଳନ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି। ଯାତ୍ରୀଙ୍କୁ ସୋନପ୍ରୟାଗ ଓ ଗୌରୀକୁଣ୍ଡରେ ଅଟକାଇ ରଖାଯାଇଛି। ରୁଦ୍ରପ୍ରୟାଗ ଓ ଚମୋଲୀ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ବଦ୍ରିନାଥ ଯାଉଥିବା ସମସ୍ତ ରାସ୍ତା ମଧ୍ୟ ଭୂସ୍ଖଳନ ପରେ ବନ୍ଦ ରଖାଯାଇଛି। ଗୌରୀକୁଣ୍ଡରେ ଭଗ୍ନାବଶେଷ ହଟାଇବା କାମ ଜାରି ରହିଛି। ସମସ୍ତ କାର୍ଯ୍ୟ ଶେଷ ପରେ ପୁଣି ଯାତ୍ରା ଆରମ୍ଭ କରାଯିବ ବୋଲି ସୂଚନା ରହିଛି। ତଥାପି ଅଳକନନ୍ଦା ନଦୀ ଏବେ ବି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

କିଛି ଦିନ ତଳେ ସୋନପ୍ରୟାଗରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ହୋଇଥିଲା। ଏଥିରେ କେଦାରନାଥରୁ ଫେରୁଥିବା ୪୦ରୁ ଅଧିକ ଶ୍ରଦ୍ଧାଳୁ ଫସି ଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। କିଛି ସ୍ଥାନରେ ବାଦଲ ଫଟା ବର୍ଷା ମଧ୍ୟ ହୋଇଛି।

Leave A Reply

Your email address will not be published.