ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଟ୍ରେନ୍‌ରୁ ଖସି ସିଆର୍‌ପିଏଫ୍‌ ଯବାନ ଗୁରୁତର

0

ରାୟଗଡ଼ା: ଟ୍ରେନରେ ଯିବା ସମୟରେ ଖସିପଡ଼ି ଜଣେ ସିଆର୍‌ପିଏଫ୍‌ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶନିବାର ରାତିରେ ରାଉଲକେଲା ଜଗଦଲପୁର ଏକ୍ସପ୍ରେସ୍‌ରେ କୋରାପୁଟରୁ ବଲାଙ୍ଗୀର ଅଭୀମୁଖେ ଯାଉଥିବା ବେଳେ ଲେଲିଗୁମା ଷ୍ଟେଶନ ନିକଟରେ ଖସିପଡ଼ିଥିଲେ, ଯବାନଙ୍କ ନାମ ଶରତ ମାଝୀ, ତାଙ୍କ ସହିତ ଆଉ ଦୁଇଜଣ ଯବାନ ଥିଲେ।ସୂଚନା ଅନୁଯାୟୀ, ରାୟଗଡ଼ାଠାରୁ କୋରାପୁଟ ଯାଇଥିବା କେଆର ଲାଇନର ଭାଲୁମାସ୍କା ଓ ଲେଲିଗୁମ୍ମା ମଧ୍ୟରେ ଟ୍ରାକରେ ଜ​‌ଣେ ଯବାନ ଖସି ପଡ଼ିଥିବା ନେଇ ରାୟଗଡ଼ା ଆରପିଏଫ ଜେ ସୂର୍ଯ୍ୟନାରାୟଣ, ସିଆରପିଏଫ ବିଜୟୀ ସିଂ ଖବର ପାଇଥିଲେ। ଏହାପରେ ଘଟଣାସ୍ଥଳରେ ପହଞ୍ଚି ରୋଗୀବୁହା ଗାଡ଼ିରେ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ମାନସ ତାଣ୍ଡି ପ୍ରାଥମିକ ଚିକିତ୍ସା କରିଥିଲେ। ଯବାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାସହ ଗୋଡ଼ ଓ ଛାତିରେ ମାଡ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ଯବାନ ଶରତ ମାଝୀ ରାଉରକେଲା କୋରାପୁଟ ଇଣ୍ଟରସିଟିରେ କାର୍ଯ୍ୟ ସ୍ଥଳକୁ ଯାଉଥିବାବେଳେ ଲେଲିଗୁମ୍ମା ଓ ଭାଲୁମାସ୍କା ମଝିରେ ଖସି ପଡ଼ିଥିଲେ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ସଇଁତଳାରେ ବୋଲି ଜଣାପଡ଼ିଛି। ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିବା ସୂଚନା ମିଳିଛି।

Leave A Reply

Your email address will not be published.