ପାରାଦୀପ: ଜଗତସିଂହପୁର ଜିଲ୍ଲାର କଟକ-ପାରାଦୀପ ରାଜପଥ ସ୍ଥିତ କୋଠିଆସାହି ଛକରେ ଗୁରୁବାର ଦିନ ଏକ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନଅ ବର୍ଷର ଝିଅର ମୃତ୍ୟୁ ହୋଇଛି।
ଉଭୟ ଅପରାହ୍ନରେ ପାରାଦୀପର ଏକ ଘରୋଇ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ତେବେ ମୃତ ବ୍ୟକ୍ତି ଜଣକ କୁଜଙ୍ଗ ଥାନା ଅଧୀନସ୍ଥ ସନ୍ଧାପୁର ଅଞ୍ଚଳର ରାଜ କିଶୋର ବିଶ୍ୱାଳ ଏବଂ ତାଙ୍କ ଝିଅ ଲୋରି ବିଶ୍ୱାଳ ବୋଲି ଜଣାପଡ଼ିଛି।
ଏହି ଘଟଣା ପରେ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ ମଧ୍ୟ କରିଥିଲେ। ଦୁର୍ଘଟଣା ପରେ ପୋଲିସ ଟିମ୍ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଥିଲେ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ