ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶିଙ୍କ ଭାଇଙ୍କୁ ହତ୍ୟା

0

ନୂଆଦିଲ୍ଲୀ; ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶିଙ୍କ ସମ୍ପର୍କୀୟ ଭାଇଙ୍କୁ ହତ୍ୟା। ବଲିଉଡ୍ ଅଭିନେତ୍ରୀ ହୁମା କୁରେଶିଙ୍କ ଭାଇ ଅସିଫ କୁରେଶିଙ୍କୁ ପାର୍କିଂ ବିବାଦରେ ଦିଲ୍ଲୀରେ ହତ୍ୟା କରାଯାଇଛି। ସିସିଟିଭିରେ ଆକ୍ରମଣର ଦୃଶ୍ୟ କଏଦ ହୋଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ହୁମା କୁରେଶିଙ୍କ ଭାଇ ପାର୍କଙ୍ଗ ବିବାଦରେ ହତ୍ୟା ୨ ଅଭିଯୁକ୍ତ ଗିରଫ।

ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ପାର୍କିଂ ବିବାଦକୁ ନେଇ ହୁମାଙ୍କ ଭାଇ ଓରଫ ଆସିଫ୍‍ କ୍ୟୁରେଶିଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ହତ୍ୟା ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଏକ ସିସିଟିଭି ଫୁଟେଜକୁ ନେଇ ପୁଲିସ ତଦନ୍ତ ଜରୁଛି। ମିଳିଥିବା ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଯୁବକମାନେ ଆସିଫ୍‍ଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଛନ୍ତି। ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦୁଇ ଜଣ ଯୁବକ ଆସିଫ୍‍ଙ୍କୁ ଠେଲାପେଲା କରିବା ସହ ତଳେ ପକାଇ ମାଡ ମାରୁଛନ୍ତି। କିଛି ଲୋକମାନେ ମଧ୍ୟ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଆସିଫ୍‍ ଙ୍କୁ ତଳେ ପକାଇ ମାରୁଛନ୍ତି। ଘଟଣାସ୍ଥଳରେ ଜୋରେ ପାଟିତୁଣ୍ଡ ହେଉଥିବା ଜଣାପଡିଛି।

ଗୁରୁବାର ବିଳମ୍ବିତ ରାତିରେ ଆସିଫ୍‍ ଘରକୁ ଫେରିବା ପରେ ଘର ସାମ୍ନାରେ ସ୍କୁଟି ଥିବାର ଦେଖି ପଡୋଶୀଙ୍କୁ ପଚାରିଥିଲେ। ହେଲେ ପଡୋଶୀ ଯୁବକ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଳେ। ସୁଚିନ୍ତିତ ଭାବେ ଆସିଫ୍‍ଙ୍କୁ ହତ୍ୟା କରାଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.