ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଲ୍ୟାଣ୍ଡମାଇନ ନ ବିସ୍ଫୋରଣରେ ଜଣେ ଯବାନ ସହିଦ

0

ଛତିଶଗଡ଼: ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଲାଣ୍ଡମାଇନ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ବିସ୍ଫୋରଣରେ ଜଣେ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସହିଦ ଡିଆରଜି ଯବାନ ହେଉଛନ୍ତି ଦିନେଶ ନାଗ। ବିଜାପୁର ନେସନାଲ ପାର୍କ ଅଞ୍ଚଳରେ ଅପରେସନ ଚାଲିଥିବା ବେଳେ ମାଓବାଦୀ ଏହି ବିସ୍ଫୋରଣ କରିଛନ୍ତି। ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ବର୍ତ୍ତମାନ ଭଲ ଥିବା ଜଣାପଡ଼ିଛି।

ଏହି ଘଟଣାଟି ସେହି ଅଞ୍ଚଳରେ ଉପସ୍ଥିତ ଥିବା ସନ୍ଦେହ କରାଯାଉଥିବା ମାଓବାଦୀଙ୍କ ବିରୋଧରେ ଏକ ଅଭିଯାନ ସମୟରେ ଘଟିଥିବା ନଇ ଆଇଜି (ବସ୍ତର ରେଞ୍ଜ) ପି ସୁନ୍ଦରରାଜ ସୂଚନା ଦେଇଛନ୍ତି। ସନ୍ଦେହ କରାଯାଉଛି ଯେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ପାଇଁ ଯୋଜନା କରିଥିଲେ। ଅପରେସନ୍ ଏବେ ବି ଜାରି ରହିଛି ଏବଂ ଅଧିକ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଆଇଇଡି ଲଗାଇଥିବା ନେଇ ସନ୍ଦେହକରାଯାଉଛି।

ଜଙ୍ଗଲ ଅଞ୍ଚଳରେ ଗତି କରିବା ସମୟରେ ସୁରକ୍ଷାକର୍ମୀମାନେ ସତର୍କତା ଅବଲମ୍ବନ କରୁଛନ୍ତି। ପୂର୍ବରୁ, ଅଗଷ୍ଟ ୧୪ ତାରିଖରେ, ଛତିଶଗଡ଼ର ମୋହଲା-ମନପୁର-ଅମ୍ବଗଡ଼ ଚୌକି ଜିଲ୍ଲାରେ ଏକ ଏନକାଉଣ୍ଟ ସମୟରେ ସୁରକ୍ଷା ବାହିନୀ ୧.୧୬ କୋଟି ଟଙ୍କାର ମିଳିତ ପୁରସ୍କାର ବହନ କରୁଥିବା ଦୁଇ ମାଓବାଦୀଙ୍କୁ ନିହତ କରିଥିଲେ।

Leave A Reply

Your email address will not be published.