ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା

0

ଭୁବନେଶ୍ଵର: ବନ୍ଦ ହେବ ଭୁବନେଶ୍ଵର-ଦୁବାଇ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବ। ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି। ଏହି ରୁଟରେ ଆଉ ଯାତ୍ରା ସୁବିଧା ପାଇବେନି ଯାତ୍ରୀ।

ଏହି ରୁଟରେ ଇଣ୍ଡିଗୋ ବିମାନ ସପ୍ତାହକୁ ୩ ଥର ଚଳାଚଳ କରୁଥିଲା। ତେବେ ଦୁବାଇ ଯିବାକୁ ଚାହୁଁଥିବା ଯାତ୍ରୀମାନେ ଭାୟା ଆବୁଧାବି ଦେଇ ଯାତ୍ରା କରିପାରିବେ। କିମ୍ବା ଯାତ୍ରୀମାନେ ଭୁବନେଶ୍ଵରରୁ ଦେଶର ଅନ୍ୟ ସହରକୁ ଯାଇ ସେଠାରୁ ଦୁବାଇକୁ ଥିବା ସିଧାସଳଖ ବିମାନ ସେବା ହାସଲ କରିପାରିବେ। ୨୦୨୩ ମସିହା ମେ ମାସରୁ ଭୁବନେଶ୍ଵର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରାଯାଇଥିଲା।

Leave A Reply

Your email address will not be published.