ନୂଆଦିଲ୍ଲୀ: ଆଜି ବିରୋଧୀ ଦଳ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳ ପକ୍ଷରୁ ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହେବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କ ନାମ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ସର୍ବସମ୍ମତିକ୍ରମେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀଙ୍କ ନାମ ଉପରେ ସହମତି ପ୍ରକାଶ କରିଛନ୍ତି। ଜଷ୍ଟିସ ରେଡ୍ଡୀ ଅଗଷ୍ଟ ୨୧ ତାରିଖରେ ତାଙ୍କର ନାମାଙ୍କନ ଦାଖଲ କରିବେ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳକୁ ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ, ଇଣ୍ଡି ମେଣ୍ଟ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି । ଯାହା ଉପରାଷ୍ଟ୍ରପତି ଚୟନରେ ବିରୋଧୀଙ୍କ କଡା ଆଭିମୁଖ୍ୟକୁ ପ୍ରକାଶ କରିଛି ।
ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଭାବେ ସୁଦର୍ଶନ ରେଡ୍ଡୀଙ୍କ ନାମ ଘୋଷଣା ହେବା ପରେ, ଉପରାଷ୍ଟ୍ରପତି ପଦ ପାଇଁ ଏବେ ପ୍ରତିଦ୍ୱନ୍ଦ୍ୱିତା ସ୍ଥିର ହୋଇଯାଇଛି । ଏବେ ୯ ସେପ୍ଟେମ୍ବରରେ ରାଧାକୃଷ୍ଣନ ସୁଦର୍ଶନ ରେଡ୍ଡୀ ମୁହାଁମୁହିଁ ହେବେ । ବିଶେଷ କଥା ହେଉଛି ଇଣ୍ଡି ମେଣ୍ଟରେ ସର୍ବସମ୍ମତିକ୍ରମେ ନାମ ବାଛିବା ଉପରେ ଗୁରୁତ୍ୱ ଦିଆଯାଉଥିଲା । ଯେଉଁଠାରେ ମମତା ବାନାର୍ଜୀଙ୍କ ଟିଏମସି ଏକ ଅଣରାଜନୈତିକ ନାମ ବାଛିବା ପାଇଁ ସମର୍ଥନ ଦେଇଥିଲା । ଏପରି ପରିସ୍ଥିତିରେ, ଇଣ୍ଡି ମେଣ୍ଟରେ ଏକତାର ବାର୍ତ୍ତା ଦେବା ପାଇଁ, ବି. ସୁଦର୍ଶନ ରେଡ୍ଡୀଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି ବିରୋଧୀ ଦଳ ।
ବିଚାରପତି ବି. ସୁଦର୍ଶନ ରେଡ୍ଡୀ (ବିଏ, ଏଲଏଲବି) ୮ ଜୁଲାଇ ୧୯୪୬ ରେ ଜନ୍ମଗ୍ରହଣ କରିଥିଲେ। ୨୭ ଡିସେମ୍ବର ୧୯୭୧ ରେ ସେ ହାଇଦ୍ରାବାଦରେ ଆନ୍ଧ୍ର ପ୍ରଦେଶ ବାର କାଉନସିଲରେ ଜଣେ ଓକିଲ ଭାବରେ ପଞ୍ଜୀକୃତ ହୋଇଥିଲେ। ସେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ରିଟ ଏବଂ ସିଭିଲ ମାମଲାରେ ପ୍ରାକ୍ଟିସ କରିଥିଲେ। ସେ ୧୯୮୮-୯୦ ମଧ୍ୟରେ ହାଇକୋର୍ଟରେ ସରକାରୀ ଓକିଲ ଭାବରେ କାର୍ଯ୍ୟ କରିଥିଲେ। ୧୯୯୦ ମଧ୍ୟରେ ସେ ଛଅ ମାସ ପାଇଁ କେନ୍ଦ୍ର ସରକାରଙ୍କ ପାଇଁ ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ଏବଂ ସ୍ଥାୟୀ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ୨ ମଇ ୧୯୯୫ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ୨୦୦୫ରେ ତାଙ୍କୁ ଗୁଆହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା।
ପ୍ରମୁଖ ଖବର
ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ