ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

୫୦ରୁ ଅଧିକ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ

0

ନୂଆଦିଲ୍ଲୀ; ବୁଧବାର ପୁଣି ରାଜଧାନୀ ଦିଲ୍ଲୀର ୫୦ରୁ ଅଧିକ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ ମିଳିଛି। ଏହି ଧମକ ଇମେଲ୍‌ ଜରିଆରେ ମିଳିଛି। ଦିଲ୍ଲୀ ପୁଲିସ ଅନୁଯାୟୀ, ନିଜକୁ ‘ଆତଙ୍କବାଦୀ ୧୧୧’ କହୁଥିବା ଏକ ସମୂହ ୫୦ରୁ ଅଧିକ ସ୍କୁଲକୁ ଇମେଲ୍‌ ଯୋଗେ ବୋମା ଧମକ ଦେଇଥିବା ସହ ୨୫,୦୦୦ ଆମେରିକୀୟ ଡଲାର୍‌ର ଦାବି କରିଛନ୍ତି।

ଏହି ସମୂହ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ ଓ ପ୍ରଶାସନିକ କର୍ମଚାରୀଙ୍କୁ ଏକାଠି ଇମେଲ୍‌ କରିଛନ୍ତି। ଏହି ଧମକପୂର୍ଣ୍ଣ ମେଲ୍‌ରେ ୪୮ ଘଣ୍ଟା ଭିତରେ ସ୍କୁଲ୍‌ ପରିସରରେ ବୋମା ବିସ୍ଫୋରଣ କରିବା ନେଇ ଉଲ୍ଲେଖ ମଧ୍ୟ ରହିଛି। ବିଭିନ୍ନ କକ୍ଷ, ସଭାଘର, କର୍ମଚାରୀଙ୍କ କକ୍ଷ ଓ ସ୍କୁଲ ବସ୍‌ରେ ବୋମା ଧମକ ନେଇ ଇମେଲ୍‌ରେ ଉଲ୍ଲେଖ ରହିଛି। ଏହାସହ ଏଥିରେ ଅଧିକରୁ ଅଧିକ ଲୋକେ ଆହତ ହେବେ ବୋଲି ମଧ୍ୟ ଇମେଲ୍‌ରେ ଲେଖାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.