ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା

0

ଉତ୍ତର ପ୍ରଦେଶ: ପୁଣି ଯୌତୁକ ବର୍ବରତାରେ ବଳି ପଡିଲେ ଆଉ ଜଣେ ମହିଳା। ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଯୌତୁକ ପାଇଁ ନିଆଁ ଲଗାଇ ହତ୍ୟା କରିଛନ୍ତି। ମୃତ ପୀଡିତା ନିକିଙ୍କ ପୁଅ କହିଛନ୍ତି ଯେ ତାଙ୍କ ବାପା ତାଙ୍କ ମାଆଙ୍କ ଉପରେ କିଛି ତରଳ ପଦାର୍ଥ ଫିଙ୍ଗି, ତାଙ୍କୁ ଚାପୁଡା ମାରି ଲାଇଟରରେ ନିଆଁ ଲଗାଇ ଦେଇଥିଲେ। ଆଉ ଯେତେବେଳେ ସାନ ପିଲାଟିକୁ ପଚରାଯାଇଥିଲା ଯେ, କ’ଣ ତାଙ୍କ ବାପା, ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି, ସେତେବେଳେ ସେ କେବଳ ମୁଣ୍ଡ ହଲାଇ ହଁ କହିଥିଲେ। ଏଥିସହିତ ଏବେ ନିକିଙ୍କ ପୋଡ଼ିବାର ଦୁଇଟି ଭିଡିଓ ଇଣ୍ଟରନେଟରେ ଘୂରି ବୁଲୁଛି। ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ, ଜଣେ ପୁରୁଷ ଏବଂ ମହିଳା ପୀଡିତାଙ୍କୁ ଆକ୍ରମଣ କରୁଥିବା ଏବଂ ତାଙ୍କ କେଶକୁ ଧରି ଘରୁ ବାହାର କରୁଥିବାର ଦେଖିବାକୁ ମିଳୁଛି। ଅନ୍ୟ ଭିଡିଓରେ ମହିଳାଙ୍କୁ ନିଆଁ ଲଗାଇ ଦିଆଯିବା ପରେ ସିଡ଼ି ଦେଇ ତଳକୁ ଖସି ପଡ଼ୁଥିବାର ଦେଖାଯାଉଛି।

ନିକି ୨୦୧୬ ମସିହାରେ ବିପିନ ନାମ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେହି ସମୟରେ, ତାଙ୍କ ବଡ଼ ଭଉଣୀ କାଞ୍ଚନ ବିପିନଙ୍କ ବଡ଼ ଭାଇଙ୍କ ସହିତ ବିବାହ କରିଥିଲେ। ବିବାହ ପରଠାରୁ ଯୌତୁକ ପାଇଁ ଉଭୟ ଭଉଣୀଙ୍କୁ ହଇରାଣ କରାଯାଉଥିଲା। ନିକିଙ୍କ ବଡ଼ ଭଉଣୀ କାଞ୍ଚନଙ୍କ ଅଭିଯୋଗ ଅନୁସାରେ, ଗୁରୁବାର ରାତିରେ ନିକ୍କୀଙ୍କୁ ତାଙ୍କ ସ୍ୱାମୀ ବିପିନ ମାଡ଼ ମାରି ଅଚେତ କରିଥିଲେ ଏବଂ ପରେ ନିଆଁ ଲଗାଇ ଦେଇଥିଲେ। କାଞ୍ଚନ ଅଭିଯୋଗ କରିଛନ୍ତି ଯେ ବିବାହ ସମୟରେ ସେମାନେ ଏକ ସ୍କର୍ପିଓ ଏବଂ ମୂଲ୍ୟବାନ ଜିନିଷ ଦେଇଥିଲେ। ତଥାପି ନିକିଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରୁଥିଲେ। ବିବାହ ପରେ ସେମାନେ ୩୬ ଲକ୍ଷ ଟଙ୍କା ଦାବି କରିଥିଲେ। ଆମେ ଆଉ ଏକ ଗାଡ଼ି ମଧ୍ୟ ଦେଇଥିଲୁ, କିନ୍ତୁ ସେମାନଙ୍କର ଦାବି ଓ ହଇରାଣ ଅବିରତ ଜାରି ରହିଥିଲା। ସେମାନେ କାଞ୍ଚନଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ। ଏହା ପରେ, ନିକିଙ୍କୁ ପୋଡ଼ି ଦିଆଯାଇଥିଲା। କାଞ୍ଚନ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଅଚେତ ହେବା ପର୍ଯ୍ୟନ୍ତ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। ଯେତେବେଳେ କାଞ୍ଚନ ଚେତା ଫେରିଲା, ପଡ଼ୋଶୀମାନେ ନିକିଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ନୀରିହ କୁନି ପୁଅ ଆଖି ଆଗରେ ଘଟିଥିବା ଘଟଣା ଅଭିଯୁକ୍ତଙ୍କ ପୋଲ୍ ଖୋଲିଥିଲା। ପରେ ବିପିନଙ୍କ ପୁଅ ସବୁ ସତ କହିଥିଲା।

ପୁଅ ଏବଂ ପୀଡିତାଙ୍କ ବଡ ଭଉଣୀ କାଞ୍ଚନଙ୍କ ଅଭିଯୋଗ ଆଧାରରେ, ଗ୍ରେଟର ନଏଡାର କସନା ପୋଲିସ ତାଙ୍କ ଭଉଣୀଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୁଦ୍ଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଏବଂ ସ୍ୱେଚ୍ଛାକୃତ ଭାବରେ ଆଘାତ ଦେବା ଅଭିଯୋଗରେ ଏକ ଏଫଆଇଆର ରୁଜୁ କରିଛି। ଘଟଣାର ତଦନ୍ତ ଚାଲିଛି।

Leave A Reply

Your email address will not be published.