ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଚୋରି ହୋଇଥିବା ୯୦୦ ଗ୍ରାମ ସୁନା ସହ ୨ କେଜି ରୂପା ଜବତ

0

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରୀ ଗ୍ରାମରେ ଥିବା ସ୍ବର୍ଣ୍ଣ ଅଳଙ୍କାର ପ୍ରତିଷ୍ଠାନରୁ ଗତ ୨୪ ତାରିଖ ଦିନ ଦ୍ୱିପହରେ ହୋଇଥିବା ବଡ଼ ଲୁଟ୍‌ ଘଟଣାର ପୋଲିସ ମଙ୍ଗଳବାର ପର୍ଦ୍ଦାଫାଶ କରିଛି। ଗତ ୨୪ ତାରିଖ ଦିନ ଦ୍ୱିପହରେ ୧୦ଜଣ ଡକାୟତ ମୁଖା, ହେଲମେଟ ପିନ୍ଧି ବନ୍ଧୁକ, ବମ୍‌ ଫୁଟାଇ ରୂପା, ଅଳଙ୍କାର ସହ ନଗଦ ଟଙ୍କା ଲୁଟ କରି ବାଇକ୍‌ ଯୋଗେ ଫେରାର ହୋଇଯାଇଥିଲେ। ଏନେଇ ଅଳଙ୍କାର ପ୍ରତିଷ୍ଠାନର ମାଲିକ ଅରୁନ୍ଧତୀ ସାହୁ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ଲୁଟ ଘଟଣାରେ ୧୦ଜଣ ସମ୍ପୃକ୍ତ ଥିବାବେଳେ ପୋଲିସ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଓ ଫେରାର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି। ଫେରାର ଅଭିଯୁକ୍ତ ୬ ଜଣଙ୍କୁ ଗିରଫ ପାଇଁ ଛାନଭିନ୍ ଚଲାଇଛି ପୋଲିସ।

ଅଭିଯୁକ୍ତଙ୍କ ନିକଟରୁ ୯୦୦ଗ୍ରାମ ସୁନା, ୨ କିଲୋ ୩୬୩ ଗ୍ରାମ ରୂପା ଏବଂ ନଗଦ ୯ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି । ଏହା ସହ ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ମାରଣାସ୍ତ୍ର ଜବତ କରିଛି ପୋଲିସ ।

Leave A Reply

Your email address will not be published.