ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଥାନାରେ ନାବାଳିକା ଫିନାଇଲ୍ ପିଇବା ଘଟଣା

0

ଗୋପାଳପୁର: ଗୋପାଳପୁର ଥାନାରେ ନାବାଳିକା ଫିନାଇଲ ପିଇବା ଘଟଣାରେ ପୁରୁଷ ବନ୍ଧୁ ଗିରଫ। ଗିରଫ କଲା ଗୋପାଳପୁର ପୋଲିସ । ନାବାଳିକାକୁ ଅପହରଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ। ନାବାଳିକାଙ୍କ ବାପା ମାଆଙ୍କ ଅଭିଯୋଗରେ ବାନ୍ଧିଲା ପୋଲିସ। ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ପରେ ପୁରୁଷ ବନ୍ଧୁକୁ କୋର୍ଟ ଚାଲାଣ କରାଯାଇଛି।

ଗତକାଲି ସକାଳ ୧୧ଟା ବେଳେ ଜଣେ ନାବାଳିକା ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ। ଏହାପରେ ଏକ ଲଜରେ ରୁମ ପାଇଁ ନାବାଳିକା ଓ ନିଜର ପୁରୁଷବନ୍ଧୁ ଯାଇଥିଲେ। ବୟସ ୧୮ ବର୍ଷ ହୋଇ ନଥିବରୁ ଲଜ୍ ମାଲିକ ରୁମ୍ ଦେଇନଥିଲେ। ଏହାକୁ ନେଇ ନାବାଳିକା ଓ ପୁରୁଷ ବନ୍ଧୁ ଗୋପାଳପୁର ଥାନାକୁ ଯାଇଥିଲେ। ଉଭୟ ଗୋପାଳପୁର ଥାନାକୁ ଯାଇ ଘଟଣା ସମ୍ପର୍କ କହିଥିଲେ। ଏହାପରେ ପୋଲିସ ନାବାଳିକା ବାପା ଓ ମାଙ୍କୁ ଫୋନ କରି ଡାକିଥିଲେ। ପରିବାର ଲୋକ ଆସିବା ପରେ ନାବାଳିକା ଜଣଙ୍କ ପର୍ସରେ ଆଣିଥିବା ଏକ ଛୋଟିଆ ବୋତଲରୁ କିଛି ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସୂଚନା ଅନୁସାରେ ନାବାଳିକା ଜଣକ ଫିନାଇଲ୍ ପିଇଥିଲେ। ଦୁଇଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି ।

Leave A Reply

Your email address will not be published.