ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ନେପାଳରେ ଫସିଛନ୍ତି ଶତାଧିକ ଓଡିଆ

0

ନେପାଳ: ନେପାଳରେ ଚାଲିଥିବା ହିଂସାତ୍ମକ ପ୍ରତିବାଦ ମଧ୍ୟରେ କାଠମାଣ୍ଡୁରେ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ସେଥିରେ ଅଛନ୍ତି ଶତାଧିକ ଓଡିଆ। ଏଥିରେ ଯାଜପୁରର ୨୩ ଜଣ ପର୍ଯ୍ୟଟକ ଥିବା ଜଣାପଡିଛି।

ଏମାନେ ସମସ୍ତେ ଚଳିତ ମାସ ୪ ତାରିଖରେ ନେପାଳ ଯାଇଥିଲେ। ଆସନ୍ତା ୧୨ ତାରିଖ ଅର୍ଥାତ ଆଉ ଦିନକ ପରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ନେପାଳର ଶେଖର ଟୁର ଆଣ୍ଡ ସର୍ଭିସର ଓଡିଶା ମ୍ଯାନେଜର ମଧୁସୂଦନ ମିଶ୍ରଙ୍କ ଦ୍ବାରା ଏମାନେ ନେପାଳ ଭ୍ରମଣରେ ଯାଇଛନ୍ତି। ତେବେ ହଠାତ ନେପାଳ ଅଶାନ୍ତ ହୋଇଯିବାରୁ ଏମାନେ ସେଠାରେ ଫସିଯାଇଛନ୍ତି। ଓଡି଼ଶା ଫେରିବା ନେଇ ସମସ୍ତେ ଭୟ ଓ ଆଶଂକା ଭିତରେ ହୋଟେଲରେ ଦିନ ବିତାଉଛନ୍ତି।

Leave A Reply

Your email address will not be published.