ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଲୋକଙ୍କ ସ୍ବାର୍ଥ ପାଇଁ କେବଳ

0
  • କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ କଠୋର
  • ଜୀବନ ସହିତ ଜୀବିକାର ଭାରସାମ୍ୟ ରହିଛି
  • ଜୁଲାଇ ୩୧ ଯାଏ ଖୋଲିବନି ସ୍କୁଲ, କଲେଜ
  • ଜୁନ୍ ୩୦ ଭିତରେ ମନ୍ଦିର, ମଲ୍,ଜିମ୍ ଖୋଲିବନି
  • ୧୧ ଜିଲ୍ଲାରେ ସପ୍ତାହରରେ ଦୁଇଦିନ ପାଇଁ ସଟଡାଉନ୍

ଭୁବନେଶ୍ବର: କରୋନାର ଗୋଷ୍ଠୀ ସଂକ୍ରମଣ ଭୟ ନେଇ ଜାତୀୟସ୍ତରରେ ବିଶେଷଜ୍ଞ ମତ ରଖିବା ପରେ ରାଜ୍ୟ ସରକାର ଓଡ଼ିଶାର ଲୋକଙ୍କୁ ସୁରକ୍ଷା ଦେବାକୁ ଅଣ୍ଟାଭିଡ଼ିଛନ୍ତି। କେନ୍ଦ୍ର ଠାରୁ ଆହୁରି କଠୋର କଟକଣା ଲାଗୁ ହୋଇଛି ଆଜିଠାରୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସୁରକ୍ଷିତ ରହିବା ସଂପର୍କରେ ଯେଉଁ ଆଶ୍ବାସନା ଦେଇଥିଲେ, ତାର ଅନୁପାଳନ ଲାଗି ରାଜ୍ୟ ସରକାର ଆଜି ପୁଣି ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଭଳି ଅନେକ କଟକଣା ଜାରି କରିଛନ୍ତି। କିଛି ଜିଲ୍ଲାରେ ଅନଲକ୍ -୧କୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ରାଜ୍ୟ ସରକାର କିନ୍ତୁ ଲକଡାଉନ-୫ରେ ୧୧ଟି ଜିଲ୍ଲା ପାଇଁ ବଡ଼ ଅନୁଶାସନ ଘୋଷଣା କରିଛନ୍ତି।

ଆଜି ମୁଖ୍ୟଶାସନ ସଚିବ କହିଛନ୍ତି, ଜୀବନ ସହିତ ଜୀବିକାର ଭାରସାମ୍ୟ ରଖି ରାଜ୍ୟ ଅନେକ ନିଷ୍ପତ୍ତି ନେଇଛନ୍ତି। ଉପକୂଳବର୍ତୀ ଜିଲ୍ଲା ଅର୍ଥାତ୍ ଗଞ୍ଜାମ, ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର ବ୍ୟତୀତ ନୟାଗଡ ଓ ବଲାଙ୍ଗୀରରେ ସପ୍ତାହରେ ଦୁଇ ଦିନ ଅର୍ଥାତ୍ ଶନିବାର ଓ ରବିବାର ସଟଡ଼ାଉନ୍ ରହିବ। ସଟଡାଉନ ସମୟରେ ପୂର୍ବରୁ ଯେଉଁ କଟକଣା ଜାରି ହୋଇଥିଲା, ତାହା ଏଥର ବି ଲାଗୁ ହେବ।

୩୦ ଜୁନ ଯାଏଁ ରାଜ୍ୟରେ କୌଣସି ଧାର୍ମିକ ଅନୁଷ୍ଠାନ ଖୋଲିବ ନାହିଁ। ସେହିଭଳି ଜିମ, ସିନେମା ହଲ ଖୋଲିବ ନାହିଁ। ଜୁଲାଇ ୩୧ ଯାଏ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ। ଅନ୍ତର୍ଜାତୀୟ ବିମାନସେବା ୩୦ ଜୁନ୍ ପର୍ଯ୍ୟନ୍ତ ବନ୍ଦ ରହି ଜୁନ୍ ୩୦ ଯାଏଁ କୌଣସି ସମାବେଶକୁ ଅନୁମତି ନାହିଁ। ବାହାରେ ଛେପ, ମାସ୍କ ନ ପିନ୍ଧିଲେ ଏ କ୍ଷେତ୍ରରେ ଯାଞ୍ଚ ଆଦି କଡ଼ାକଡ଼ି ହେବ। ହୋଟେଲ ଖୋଲିବ କିନ୍ତୁ, ୩୦ ପ୍ରତିଶତ କ୍ଷମତାରେ। ସେହିଭଳି ହୋଟେଲ ର ରେଷ୍ଟୁରାଣ୍ଟ କେବଳ ହୋଟେଲରେ ଅନ୍ତେବାସୀଙ୍କ ପାଇଁ ରହିବ। ବାହାର ଲୋକଙ୍କ ପାଇଁ ନୁହେଁ । 

ସଂପ୍ରତି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ନିକଟରେ ଅଧିକ ସଂକ୍ରମଣ ରହୁଛି। ଏହି ସଂଖ୍ୟା ଯେହେତୁ ଆଗକୁ ବଢିବ ଏବଂ ଲୋକମାନେ ଧୀରେ ଧୀରେ କଟକଣାକୁ ଭୁଲି ସ୍ବାଭାବିକ ଜୀବନଯାତ୍ରା ଆରମ୍ଭ କରୁଛନ୍ତି, ତେଣୁ ସରକାର ବାଧ୍ୟ ହୋଇ କେନ୍ଦ୍ରଠାରୁ ଅଧିକ କଡ଼ା ପଦକ୍ଷେପ ନେଇଛନ୍ତି। ଏପରିକି ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଛି।

Leave A Reply

Your email address will not be published.