ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର୍‌

0

ଭୁବନେଶ୍ବର: ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପରଲୋକ ହୋଇଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ପ୍ରାୟ ୩ମାସ ହେଲା ସେ ଅସୁସ୍ଥ ଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲେ।

ଆଜି ବିଧାନସଭା ପରିସରରେ ଜର୍ଜ ତିର୍କୀଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର୍‌। ଏହା ସହିତ ଜର୍ଜ ତିର୍କୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାନସଭାର ଉପସ୍ଥିତ ସମସ୍ତ ସଦସ୍ୟ ମଧ୍ୟ ଶେଷ ଦର୍ଶନ କରିଛନ୍ତି।

ଜର୍ଜ ତିର୍କୀ ସୁନ୍ଦରଗଡ ଜିଲା ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୯୫,୨୦୦୦,୨୦୦୯ଓ୨୦୧୪ରେ ଓଡ଼ିଶା ବିଧାନସଭାକୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସୁନ୍ଦରଗଡ ଜିଲାର ଆଦିବାସୀ ମାନଙ୍କ ଜଳ,ଜମି ,ଜଙ୍ଗଲ ଅଧିକାର ପାଇଁ ସେ ଲଢ଼େଇ କରି ଆସୁଥିଲେ। ସେ କିଛି ମାସ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବାରୁ ତାଙ୍କୁ ପ୍ରଥମେ ରାଉରକେଲା ଓ ପରେ ସେଠାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଶେଷକୃତ୍ୟ ବୀରମିତ୍ରପୁର ଝୁନୁମୁରସ୍ଥିତ ତାଙ୍କ ପୈତୃକ ଗ୍ରାମରେ ସମ୍ପନ୍ନ ହେବ। ତାଙ୍କ ପରଲୋକରେ ସୁନ୍ଦରଗଡ ଜିଲା ତଥା ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Leave A Reply

Your email address will not be published.