ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଟ୍ରକ୍‌-କାର୍‌ ଧକ୍କା: ବିଏସଏଫ ଯବାନ ମୃତ, ୬ ଗୁରୁତର

0

ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ସୀମାନ୍ତ ଚିନ୍ତୁରରେ ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ ବିଏସଏଫ ଯବାନ ମୃତ, ୬ ଜଣ ଗୁରୁତର। ମୃତ ଯବାନ ୧୪୨ ବାଟାଲିୟନ୍‌ର ଗୌରବ ପାଣ୍ଡେ ସୂଚନା। ଛୁଟି ସାରି ମାଲକାନଗିରି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଟ୍ରକକୁ ପିଟିଲା ଇନୋଭା କାର। ୧୪୨ ବାଟାଲିୟନର ବିଏସଏଫ ହାବିଲଦାର ଗୌରବ ପାଣ୍ଡେ ମୃତ।

ଏଣେ ଗୁରୁତର ଆହତ ୬ ଯବାନଙ୍କୁ ତେଲେଙ୍ଗାନା ଭଦ୍ରାଚଲମକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଭୋର ସମୟରେ ଚିନ୍ତୁର ମଣ୍ଡଳର ଚାଟି ଗୋରେଲାଗୁଡେମ୍ କୁନାଭାରାମ ଜଙ୍କସନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏକ ଇନୋଭା କାରରେ ସାତ ଜଣ ସୀମା ସୁରକ୍ଷା ବାହିନୀ କର୍ମଚାରୀ ଖମ୍ମମରୁ ମାଲକାନଗିରି ଜିଲ୍ଲାର ବାଲିମେଳାକୁ ଯାଉଥିବା ବେଳେ ଏକ କଲଭର୍ଟରେ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟମାନେ ଆହତ ହୋଇଥିଲେ। ସେମାନଙ୍କୁ ଚିନ୍ତୁର ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରେ ଭଦ୍ରାଚଳମ ହସ୍ପିଟାଲକୁ ପଠାଯାଇଥିଲା। ଚିନ୍ତୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.