ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢିବ ବେତନ। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ସର୍ତ୍ତାବଳୀ (ଟର୍ମ ଅଫ ରେଫରେନ୍ସ)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହା ଦ୍ୱାରା ପାଖାପାଖି ୫୦ ଲକ୍ଷ କେନ୍ଦ୍ର ସରକାରୀ ଚାକିରିଆ ଓ ୬୯ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀ ଉପକୃତ ହେବେ।
ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଏକ ଅସ୍ଥାୟୀ ସଂସ୍ଥା ହେବ ଏବଂ ଏହାର ପ୍ରତିଷ୍ଠା ତାରିଖରୁ୧୮ ମାସ ମଧ୍ୟରେ ଏହାର ସୁପାରିଶ ଦାଖଲ କରିବ। ଏହି କମିଶନରେ ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟ (ଆଂଶିକକାଳୀନ) ଓ ଜଣେ ସଦସ୍ୟ-ସଚିବ ରହିବେ। ଆବଶ୍ୟକ ହେଲେ, କମିଶନ ଏହାର ସୁପାରିଶ ଚୂଡ଼ାନ୍ତ ହେବା ପରେ ଯେକୌଣସି ବିଷୟ ଉପରେ ସରକାରଙ୍କୁ ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ମଧ୍ୟ ପ୍ରଦାନ କରିପାରିବେ।

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କୁ ଅଷ୍ଟମ ବେତନ କମିଶନର ଅଧ୍ୟକ୍ଷା ନିଯୁକ୍ତ କରାଯାଇଛି। ଆଇଆଇଏମ୍ ବାଙ୍ଗାଲୋରର ପ୍ରଫେସର ପୁଲକ ଘୋଷ ଓ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ସଚିବ ପଙ୍କଜ ଜୈନ ଏହାର ସଦସ୍ୟ ହେବେ।

ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର ସୁପାରିଶଗୁଡ଼ିକ ୧ ଜାନୁଆରୀ, ୨୦୨୬ ରୁ କାର୍ଯ୍ୟକାରୀ ହେବ। ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଏକ ଅସ୍ଥାୟୀ ସଂସ୍ଥା ହେବ। ଏହି କମିଶନରେ ଜଣେ ଅଧ୍ୟକ୍ଷ, ଜଣେ ସଦସ୍ୟ ଏବଂ ଜଣେ ସଦସ୍ୟ-ସଚିବ ରହିବେ। ଗଠନ ତାରିଖରୁ ୧୮ ମାସ ମଧ୍ୟରେ କମିଶନ ଏହାର ସୁପାରିଶ ଦାଖଲ କରିବେ।

Leave A Reply

Your email address will not be published.