ନ୍ୟୁଜ୍ ବ୍ୟୁରୋ: ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ୨୪/୨୫ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ଓ ପରେ ଆହୁରି ଘନୀଭୂତ ହୋଇ ୨୮ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ ବୋଲି କିଛି ମଡେଲ ମାନେ ଆକଳନ କରୁଛନ୍ତି। ତେବେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହାର ଗତି ଧୀର ରହିବ ଓ ପରେ ଉତ୍ତର -ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବା ସମ୍ଭାବନା ରହିଛି। ସିଷ୍ଟମ ଟି ଘନୀଭୂତ ପାଇଁ ପାଗ ଅନୁକୂଳ ରହିଛି।୩୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆନ୍ଧ୍ରପ୍ରଦେଶ – ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ସିଷ୍ଟମ ପହଞ୍ଚିପାରେ ବୋଲି ମଡେଲ ମାନେ ଆକଳନ କରୁଛନ୍ତି ପରେ ଏହା ପୁଣି ଉତ୍ତର ପୂର୍ବ ଦିଗରେ ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଅଛି। ତେବେ ଅବପାତ ରୂପ ନେବା ପରେ ଏହି ସମ୍ଭାବ୍ୟ ସିଷ୍ଟମ ବିଷୟରେ ଅଧିକ ସ୍ପଷ୍ଟ ସୂଚନା ମିଳିପାରିବ। ଉପକୂଳ ଓଡ଼ିଶାରେ ଏହି ସମ୍ଭାବ୍ୟ ସିଷ୍ଟମ ପ୍ରଭାବରେ ନଭେମ୍ବର ଶେଷ , ଡିସେମ୍ବର ଆରମ୍ଭ ବେଳକୁ ବର୍ଷା ସମ୍ଭାବନା ରହିଛି।
ପ୍ରମୁଖ ଖବର
ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ