ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ତିନି ମାସ ନିଖୋଜ ଥିବା ଆଇନଜୀବୀଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

0

ଭୁବନେଶ୍ବର: ନିଖୋଜ ଆଇନଜୀବୀଙ୍କ ମିଳିଲା ଗଳିତ ମୃତଦେହ। ତିନି ମାସ ତଳୁ ଘରୁ କୁଆଡେ ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ। ନିଖୋଜ ଯୁବକ ଜଣକ ହେଲେ ଆଇନଜୀବୀ ଗୁଲେଶ ଚନ୍ଦ୍ର ଗୋଚ୍ଛାୟତ (୪୨)। ସେପ୍ଟେମ୍ବରରୁ ଘରୁ କୁଆଡେ ପଳାଇଥିଲେ।

ଝାରପୋଖରୀଆ ଥାନା ଅର୍ନ୍ତଗତ ସିଲଫୋଡି ଉପରବେଡା ଅଞ୍ଚଳର ପୋଖରୀରେ କାର ପଡିଥିବାର ସକାଳୁ ଦେଖିବାକୁ ପାଇଥିଲେ ଗାଁ ଲୋକ। ସାରସକଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ପାଣି ଭିତରୁ ଉଦ୍ଧାର କରିଥିଲେ। ପରେ କାର ଭିତରେ ଗଳିତ ମୃତଦେହକୁ ଉଦ୍ଧାର ହୋଇଥିଲା। ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଥିଲେ। ଗତ ସେପ୍ଟେମ୍ବର ୧୧ ତାରିଖରେ ଯୁବକ ଜଣଙ୍କ ନିଖୋଜ ହୋଇଥିଲେ ବୋଲି କୁହାଯାଉଛି। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।

Leave A Reply

Your email address will not be published.