ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ନିଲାମ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାସଭବନ ‘ବେଦ ନିଳୟମ୍’

0

ତାମିଲନାଡୁ: ତାମିଲନାଡୁର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପୋସ୍‌ ଗାର୍ଡେନ ଅଞ୍ଚଳରେ ଥିବା ବାସଭବନ ‘ବେଦ ନିଳୟମ୍’କୁ ନିଲାମ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆୟକର ବିଭାଗ କହିଛି ଯେ ‘ବେଦ ନିଳୟମ୍’ ଉପରେ ଆୟକର, ସମ୍ପତ୍ତି କର ଓ ସୁଧ ବାବଦକୁ ମୋଟ ୧୩.୬୯ କୋଟି ଟଙ୍କା ବକେୟା ରହିଛି। ଯଦି ଏହି ବକେୟା ଟିକସ ଜୟଲଳିତାଙ୍କ କୌଣସି ଉତ୍ତରାଧିକାରୀ ପୈଠ ନକରନ୍ତି, ତେବେ ବାସଭବନକୁ ନିଲାମ କରାଯିବ। ଏହି ସୂଚନା ଆୟକର ବିଭାଗ ମାଡ୍ରାସ ହାଇକୋର୍ଟକୁ ଜଣାଇଛି। ଜୟଲଳିତାଙ୍କ ଝିଆରୀ ଜେ. ଦୀପା ଆୟକର ବିଭାଗ ଧାର୍ଯ୍ୟ କରିଥିବା ଟିକସକୁ ବିରୋଧ କରି ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଥିଲେ। ସେହି ମାମଲାର ଶୁଣାଣି ସମୟରେ ଆୟକର ବିଭାଗ ଏହି ମତ ରଖିଛି।

Leave A Reply

Your email address will not be published.