ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ସେବାତୀର୍ଥରେ ଅନୁଷ୍ଠିତ ହେବ କ୍ୟାବିନେଟ୍‍ ବୈଠକ

0

ନୂଆଦିଲ୍ଲୀ: ଏଣିକି କେନ୍ଦ୍ର କ୍ୟାବିନେଟ୍‍ ବୈଠକଗୁଡ଼ିକ ସେବାତୀର୍ଥରେ ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି ଯେ, ସାଉଥ ବ୍ଲକରେ ଶେଷ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଏକ ସଂକଳ୍ପ ଗୃହୀତ ହୋଇଛି। ତତ୍କାଳୀନ ବ୍ରିଟିଶ ଶାସନକାଳୀନ ସମୟରେ ଭାରତୀୟଙ୍କୁ ଦାସତ୍ୱର ଶୃଙ୍ଖଳରେ ବାନ୍ଧି ରଖିବା ପାଇଁ ସାଉଥ୍‍ ବ୍ଲକ୍‍ ଏବଂ ନର୍ଥ ବ୍ଲକର ନିର୍ମାଣ କରାଯାଇଥିଲା। ସ୍ୱାଧୀନତା ପରେ ସାଉଥ୍‍ ବ୍ଲକରେ ଅନେକ ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମନ୍ତ୍ରୀ କହିଛନ୍ତି, ଡିଜିଟାଲ୍‍ ଇଣ୍ଡିଆ ଓ ଜିଏସ୍‌ଟି ପରି ସଂସ୍କାରମୂଳକ ପଦକ୍ଷେପ ଦେଶରେ ସର୍ବନିମ୍ନ ସରକାର-ସର୍ବାଧିକ ଶାସନ ଧାରଣାକୁ ପ୍ରେରଣା ଦେଇଆସିଛି। ସେହିପରି ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ଓ ଅପରେସନ ସିନ୍ଦୂର ପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନେ ମଧ୍ୟ ସାଉଥ୍‍ ବ୍ଲକର ଗ୍ରହଣ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ଉତ୍ତର ଓ ଦକ୍ଷିଣ ବ୍ଲକ୍‍ ‘ଯୁଗଯୁଗୀନ ଭାରତ’ ସଂଗ୍ରହାଳୟର ଅଂଶ ଭାବେ ରହିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.