ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ନାଗପୁରରେ ବିସ୍ଫୋରକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୧୫ ମୃତ, ଅନେକ ଆହତ

0

ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାର କାଟୋଲ ତାଲୁକାରେ ଥିବା ଏସ୍‌ବିଏଲ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ କମରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।

ସୂଚନାନୁସାରେ, କମ୍ପାନୀରେ ବିସ୍ଫୋରକ ଡେଟୋନେଟର ତିଆରି କରାଯାଉଥିଲା। କମ୍ପାନୀର ଡେଟୋନେଟର ପ୍ୟାକିଂ ୟୁନିଟରେ ସକାଳ ୭ ରୁ ୭ଟା ୧୫ ମଧ୍ୟରେ ଏହି ଘଟଣା ଘଟିଛି। ବିସ୍ଫୋରଣର ତୀବ୍ରତା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।
ଆହତମାନଙ୍କୁ ନାଗପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର ସଠିକ୍ କାରଣ ସ୍ପଷ୍ଟ ହୋଇନଥିବାବେଳେ ଘଟଣାର ତଦନ୍ତ ଚାଲିଛି।

Leave A Reply

Your email address will not be published.