ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’

0

ଗୁଜୁରାଟ: ମଧ୍ୟପ୍ରାଚ୍ୟର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ‘ନନ୍ଦାଦେବୀ’ ନାମକ LPG ଜାହାଜ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତରେ ପହଞ୍ଚିଛି। ଏହା ଗୁଜରାଟର ଭାନିଦାର ବନ୍ଦରରେ ପହଞ୍ଚିଛି।

ଏହା ପୂର୍ବରୁ ‘ସିୱାଲିକ୍’ ଜାହାଜ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଥିଲା। ଉଭୟ ଜାହାଜକୁ ହର୍ମୁଜ ଅତିକ୍ରମ ପାଇଁ ଇରାନ ପକ୍ଷରୁ ଅନୁମତି ମିଳିଥିଲା।
ଦୁଇଟି ଜାହାଜରେ ମିଶି ମୋଟ ୯୨,୭୦୦ ମେଟ୍ରିକ ଟନ୍ LPG ରହିଥିବା ବେଳେ ‘ନନ୍ଦାଦେବୀ’ ଜାହାଜରେ ୪୬,୦୦୦ ମେଟ୍ରିକ ଟନ୍ LPG ରହିଛି।

ଏହି ଜାହାଜର କ୍ୟାପଟେନ୍ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଓଡ଼ିଆ ପୁଅ ଧୀରଜ ଅଗ୍ରୱାଲ। ୧୫ ଦିନ ଧରି ଇରାନରେ ଅଟକି ରହିବା ପରେ ସେ ସୁରକ୍ଷିତ ଭାବେ ଜାହାଜକୁ ଭାରତକୁ ଆଣିଛନ୍ତି। ତାଙ୍କର ସୁରକ୍ଷିତ ଫେରାରେ ପରିବାର ଓ ଅଞ୍ଚଳରେ ଖୁସିର ପରିବେଶ ଦେଖାଯାଇଛି।

Leave A Reply

Your email address will not be published.