ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଏବେ ସମବାୟ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ

0
  • କେନ୍ଦ୍ର କ୍ୟାବିନେଟ୍ ନେଲେ ବଡ଼ ନିଷ୍ପତ୍ତି
  • ସମବାୟ ବ୍ୟାଙ୍କ ଉପରେ ନଜର ରଖିବ ଆରବିଆଇ

ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧୀନକୁ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି ବୋଲି ନିଶ୍ଚିତ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ସମଗ୍ର ଦେଶରେ ୧୫୦୦ରୁ ଅଧିକ ସହରାଞ୍ଚଳ ଏବଂ ବହୁ-ରାଜ୍ୟ ସମବାୟ ବ୍ୟାଙ୍କରେ ୮.୬କୋଟିରୁ ଅଧିକ ଜମାକାରୀ ଅଛନ୍ତି।

ବୁଧବାର କେନ୍ଦ୍ର କ୍ୟାବିନେଟ୍ ସମସ୍ତ ସମବାୟ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧୀନରେ ଆଣିବାକୁ ନିଷ୍ପତ୍ତି ନେଇଛି। ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ, ୧୪୮୨ ସହରୀ ସମବାୟ ବ୍ୟାଙ୍କ ଏବଂ 58 ଟି ମଲ୍ଟି ଷ୍ଟେଟ କୋଅପରେଟିଭ ବ୍ୟାଙ୍କ ସମେତ ସରକାରୀ ବ୍ୟାଙ୍କଗୁଡିକ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତଦାରଖ କରିବେ। ରାଷ୍ଟ୍ରପତି ଏ ସଂକ୍ରାନ୍ତ ଅଧ୍ୟାଦେଶ ଆଣିବା ପରେ ତୁରନ୍ତ ଏହି ବ୍ୟାଙ୍କଗୁଡିକ ଆରବିଆଇ ଅଧୀନକୁ ଆସିଯିବ।

ଗତ ବର୍ଷ ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ସମିତି (ପିଏମସି) ବ୍ୟାଙ୍କକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହେଲା, ତାକୁ ନେଇ ଦେଶରେ ହଇଚଇ ସୃଷ୍ଟି େହାଇଥିଲା। ଫେବୃଆରିରେ ଦେଶର କ୍ୟାବିନେଟ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ବ୍ୟାଙ୍କ ରେଗୁଲେସନ ଆକ୍ଟରେ ସଂଶୋଧନ କରିଥିଲେ। ୨୦୨୦ ବଜେଟ୍ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଘୋଷଣା କରିଥିଲେ ଯେ ସହଯୋଗୀ ବ୍ୟାଙ୍କଗୁଡିକ ଆରବିଆଇ ତଦାରଖ କରିବ।

ସମଗ୍ର ଦେଶରେ ୧୫୦୦ରୁ ଅଧିକ ସହରାଞ୍ଚଳ ଏବଂ ବହୁ-ରାଜ୍ୟ ସମବାୟ ବ୍ୟାଙ୍କରେ ୮.୬କୋଟିରୁ ଅଧିକ ଜମାକାରୀ ଅଛନ୍ତି। ସମବାୟ ବ୍ୟାଙ୍କଗୁଡିକରେ ଜମାକାରୀଙ୍କର ଥିବା ୪.୮୪ ଲକ୍ଷ କୋଟି ଟଙ୍କା ସୁରକ୍ଷିତ ରହିବ ବୋଲି ଜାଭଡେକର କହିଛନ୍ତି।

Leave A Reply

Your email address will not be published.