ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ବିଜେପିର ବିହାର ଗଣିତ ବଦଳିବ!

0
  • ନୀତିଶ ନୁହେଁ, ଏଥର ସୁଶୀଲ ମୋଦୀ ହେବେ ମୁଖ୍ୟମନ୍ତ୍ରୀ
  • ବଡ଼ ଗୋଟିଚାଳନା ଆରମ୍ଭ କଲାଣି ବିଜେପି, ସଂପର୍କ ତୁଟିପାରେ

ନୂଆଦିଲ୍ଲୀ: ବିହାର ରାଜନୀତି ଗଣିତରେ ଏକ ବଡ଼ ଧରଣର ପରିବର୍ତନ ସମ୍ଭାବନା ସୃଷ୍ଟି ହେଲାଣି। ମୁ୍ଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ହଟାଇବା ଲାଗି ବିଜେପି ଯଦି ଗୋଟିଚାଳନା କରେ, ତେବେ ସେଥିରେ ବିଶେଷ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଦଳ ଆସନ୍ତା ନିର୍ବାଚନରେ ସୁଶୀଲ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଛି।

ଅକ୍ଟୋବର-ନଭେମ୍ବର ମାସରେ ବିହାର ବିଧାନସଭା ନିର୍ବାଚନ ହୋଇପାରେ। ଏବେଠାରୁ କରୋନା ମହାମାରୀକୁ ଅସ୍ତ୍ର କରି ବିଜେପି ସେଠାରେ ଥୋପ ପକାଇବା ଆରମ୍ଭ କଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅମିତ ଶାହଙ୍କ ପ୍ରାକ୍ ନିର୍ବାଚନୀ ପଦକ୍ଷେପ ଜଣାଇଲାଣି ଯେ ଦଳ ଇତିମଧ୍ୟରେ ବିହାର ଭୋଟରଙ୍କୁ ପ୍ରଭାବିତ କରିବା ଲାଗି କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନି। କିଛି ଘଟଣାକୁ ଉଦାହରଣ ଭାବେ ନେଲେ, ଏ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

ପ୍ରଧାନମନ୍ତ୍ରୀ ନିଜେ ନିକଟରେ ବିହାର ରେଜିମେଣ୍ଟର ବୀରତା ସଂପର୍କରେ ଠାରି ଏଥିପାଇଁ ପ୍ରତ୍ୟେକ ବିହାରୀ ଗର୍ବିତ ହେବା ଉଚିତ୍ ବୋଲି କହିଛନ୍ତି। ଭାରତ-ଚୀନ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ପ୍ରଧାନମନ୍ତ୍ରୀ ତା ଭିତରେ ବି ରାଜନୀତି ଗୋଟିଚାଳନା କରି ବିହାରୀ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। କେବଳ ସେତିକି ନୁହେଁ, କରୋନା ମୁକାବିଲା ପାଇଁ କେନ୍ଦ୍ର ଯେଉଁ ପ୍ୟାକେଜ୍ ପ୍ରସ୍ତୁତ କରିଛି, ତାହାକୁ ନିରେଖି ଦେଖିଲେ, କେଉଁଠି ନା କେଉଁଠି ଗନ୍ଧ ବାହାରିଲାଣି ଯେ ବିହାର ଏଥିରେ ବି ପ୍ରମୁଖ ଭାଗରେ ରହିଛି।

ପ୍ରବାସୀ ଶ୍ରମିକ ଓ ଗ୍ରାମାଞ୍ଚଳ ନାଗରିକଙ୍କୁ ସଶକ୍ତିକରଣ କରିବା ଲାଗି ମୋଦୀ ନିକଟରେ ଗରିବ କଲ୍ୟାଣ ରୋଜଗାର ଯୋଜନା ଅଭିଯାନ ଆରମ୍ଭ କରିଛନ୍ତି। ବିହାରରେ ଏହି ଯୋଜନା ଉଦଘାଟନ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟର ୩୮ଟି ଜିଲ୍ଲା ମଧ୍ୟରୁ ୩୨ଟି ଜିଲ୍ଲାକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ଯେତେବେଳେ କି ଉତ୍ତରପ୍ରଦେଶ ଭଳି ରାଜ୍ୟ ଯେଉଁଠାରେ ଏବେ ବିଜେପି କ୍ଷମତାରେ ରହିଛି, ସେଠାରେ ମୋଟ ୭୫ଟି ଜିଲ୍ଲା ମଧ୍ୟରୁ ୩୧ଟି ଜିଲ୍ଲା ଅନ୍ତର୍ଭୁକ୍ତ କରାଯାଇଛି। ଆହୁରି କୌତୂହଳ କଥା ହେଲା, ଏହି ଯୋଜନାକୁ ନିରେଖି ଦେଖିଲେ ଏଥିରୁ ବି ରାଜନୀତି ଗନ୍ଧ ବାହାରୁଛି। ୧୨୫ ଦିନ ପାଇଁ କେନ୍ଦ୍ର ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ। ଅର୍ଥାତ୍ ଠିକ୍ ନିର୍ବାଚନ ବେଳକୁ ଏହି ଯୋଜନା ଅବଧି ଶେଷ ହେବ। ଯେଉଁ ସମୟରେ ଲୋକମାନେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ସଂପର୍କରେ ଲାଭବାନ ହୋଇ ଚର୍ଚ୍ଚା କରୁଥିବେ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗୋଟିଚାଳନାକୁ ନିରେଖି ଦେଖିଲେ, ସେଥିରୁ ବି ସମାନ ନିଷ୍କର୍ଷ ବାହାରୁଛି। ଏଇ ଯେମିତି ଜୁନ୍ ୭ ତାରିଖ ଦିନ ଶ୍ରୀ ଶାହ ଭର୍ଚୁଆଲ ରାଲି କଲେ, ଓ ଏହା ବିହାରରୁ ହିଁ କରାଗଲା। ଏହାକୁ ରାଜ୍ୟର ୭୨ ହଜାର ବୁଥରେ ପହଞ୍ଚାଇବା ପାଇଁ ବିଜେପି ବ୍ୟବସ୍ଥା କରିଥିବା ବିହାର ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।

ବିହାରରେ ଏବେ ନୀତିଶ କୁମାର ସରକାର କ୍ଷମତାରେ ଅଛନ୍ତି। ବିଜେପି ଏଠାରେ ମେଣ୍ଟରେ ଅଛି। ୨୦୧୭ ଜୁଲାଇ ୨୬ ତାରିଖରୁ ନୀତିଶ କୁମାର ସରକାରର ଅନ୍ୟତମ ଅଂଶୀଦାର ଦଳ ଭାବେ ମିଶିକି କାର୍ଯ୍ୟ କରୁଛନ୍ତି। ହେଲେ ନୀତିଶ କୁମାର କିନ୍ତୁ ଆଉ ସେତେ ପ୍ରଭାବୀ ସାବ୍ୟସ୍ତ ହେଉନାହାନ୍ତି, ଯେତିକି ସୁଶୀଲ ମୋଦୀଙ୍କ ରାଜନୈତିକ ପ୍ରଭାବ ବଢ଼ୁଛି। ଏଣୁ ନୀତିଶ ବୋଝକୁ ଯଦି ବିଜେପି ଓହ୍ଲାଇଦିଏ, ତେବେ ସେଥିରେ ବିସ୍ମିତ ହେବାର କିଛି କାରଣ ନାହିଁ। ,ଆରଜେଡି ସହିତ ଜେଡିୟୁର ସଂପର୍କ ଛିନ୍ନ କରିବା ବେଳେ ବିଜେପି ଦୁର୍ବଳ ସ୍ଥିତିରେ ଥିଲା। ସେ ସମୟରେ ନୀତିଶଙ୍କ କାନ୍ଧରେ ଲାଉ ହେବା ଏକ ମାତ୍ର ବାଟ ଥିଲା। ଦଳ ଏକଥା କରି ସେଥିରୁ ଲାଭବାନ ବି ହୋଇଛି।

ଏବେ ଦଳ ବିହାର ରାଜ୍ୟ କାର୍ଯ୍ୟକାରୀ କମିଟିର ନବକଳେବର କରିବା ସହିତ ସାମାଜିକ ଗୋଷ୍ଠୀର କ୍ରିୟାଶୀଳତା ବୃଦ୍ଧି କରିବା ଲାଗିବରିଷ୍ଠ ସଦସ୍ୟଙ୍କୁ ନେଇ ୩୫୮ ଜଣିଆ ଗୋଟିଏ ଗୋଷ୍ଠୀ ଗଠନ କରିଛି। ଆହୁରି ଏକ ବଡ଼ ଚାଲ୍ ଖେଳିବାକୁ ଯୋଜନା ଆରମ୍ଭ ହୋଲାଣି। ମୋଦୀ ସରକାର ପଛୁଆ ବର୍ଗ ଭୋଟବ୍ୟାଙ୍କକୁ ହାତେଇବା ଲାଗି କ୍ରିମିଲେୟାର ଆୟ ସୀମାକୁ ବାର୍ଷିକ ୮ଲକ୍ଷରୁ ୧୨ଲକ୍ଷକୁ ବୃଦ୍ଧି କରିବା ଲାଗି ଚିନ୍ତା କଲାଣି। ନିର୍ବାଚନ ପୂର୍ବରୁ ଦଳ ଏ ଗୋଟି ବି ଚଳାଇବ। ଯଦି ଲାଲୁ ଜେଲରେ ରୁହନ୍ତି, ତେବେ ଓବିସି ଭୋଟକୁ ହାତେଇ ରାଜନୀତିରେ ଗୋଟିଏ ବଡ଼ ଓଲଟପାଲଟ କରିବା ବିଜେପି ପାଇଁ ବିଶେଷ କଷ୍ଟସାଧ୍ୟ ହେବ ନାହିଁ।

ଏକଥା ନୁହେଁ ଯେ ନୀତିଶ ଏ ସଂପର୍କରେ ବିନ୍ଦୁ ବିସର୍ଗ ଜାଣିନାହାନ୍ତି। ବରଂ ବିଜେପିର ଭିତ୍ତିରି ଉଦ୍ଦେଶ୍ୟ ବୁଝିବା ପରେ ସେ ଆରଜେଡି କ୍ୟାମ୍ପରେ ଫାଟ ସୃଷ୍ଟି କରି ଗୋଟିଏ ବଡ଼ ଧର୍ମନିରପେକ୍ଷ ଭୋଟକୁ ନିଜ ସାଙ୍ଗରେ ଯୋଡି଼ବା ଲାଗି ଯୋଜନା କରୁଛନ୍ତି। ଏହି କ୍ରମରେ ଏକ ବଡ଼ ପଦକ୍ଷେପ ସ୍ବରୂପ ସେ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିବା ଆରଜେଡିର ୫ ନେତାଙ୍କୁ ନିଜ ଦଳ ଆଡକୁ ଭିଡ଼ି ଆଣିଛନ୍ତି। ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ଉଷ୍ମ ରହିଛି।

Leave A Reply

Your email address will not be published.