ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ

0

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଦୁର୍ଭାଗ୍ୟଜନକ ଘଟଣା। ନୂଆଗାଁ ଥାନା ଅନ୍ତର୍ଗତ କୋରଡା ଗାଁରେ ଘରେ ବାଣ ଭିଡିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆସନ୍ତା ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ହଠାତ୍ ବିସ୍ଫୋରଣ ହେବାରୁ ସ୍ଥାନୀୟ ଅଞ୍ଚଳରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗୁରୁତର ଆହତମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ନାବାଳକ ରହିଛନ୍ତି। ସମସ୍ତ ୬ ଜଣଙ୍କୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଦଳ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣର କାରଣ ଓ ଅବୈଧ ଭାବେ ବାଣ ପ୍ରସ୍ତୁତି ହେଉଥିଲା କି ନାହିଁ, ସେଥିପାଇଁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.