ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ

0

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତି ମଧ୍ୟରେ ହର୍ମୁଜରେ ୩୬ ଦିନ ଧରି ଫସିଥିବା ଓଡ଼ିଆ ମେରାଇନ୍ ଅଫିସର ଅଶୋକ କୁମାର ଦୀକ୍ଷିତ ସୁରକ୍ଷିତ ଭାବେ ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ପହଞ୍ଚିବା ପରେ ପରିବାର ଓ ପ୍ରିୟଜନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଯୁଦ୍ଧ ଅବସ୍ଥାରେ ଏଲପିଜି ଭର୍ତ୍ତି ଜାହାଜରେ ଥିବାବେଳେ ସେ ମଝି ସମୁଦ୍ରରେ ଅଟକି ରହିଥିଲେ। ପ୍ରାୟ ୩୬ ଦିନ ଧରି ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ସେ ଓ ତାଙ୍କ ସହଯାତ୍ରୀମାନେ ସମୟ କାଟିଥିଲେ। ପରେ ଭାରତୀୟ ନୌସେନାର କଡା ସୁରକ୍ଷା ବଳୟ ମଧ୍ୟରେ ସେମାନେ ଭାରତକୁ ଫେରିଥିଲେ।
ଭୁବନେଶ୍ୱର ଫେରିବା ପରେ ଅଶୋକ ଦୀକ୍ଷିତ ସେହି ଭୟଙ୍କର ଅନୁଭବକୁ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି। ସେ କହିଛନ୍ତି, ଗ୍ୟାସ ଭର୍ତ୍ତି ଜାହାଜ ନିକଟରେ ପୁନଃପୁନି ମିସାଇଲ ଉତକ୍ଷେପଣ ହେଉଥିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। କେତେକ ମିସାଇଲ ଧ୍ୱଂସାବଶେଷ ଜାହାଜ ନିକଟରେ ପଡ଼ିଥିବା ସେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ କେବଳ ଭଗବାନ ଜଗନ୍ନାଥଙ୍କ କୃପାରୁ ସେ ନିଜ ଜନ୍ମମାଟିକୁ ଫେରିପାରିଛନ୍ତି। ଏହି ଘଟଣା ସମୟରେ ସେ ଏକ ଭିଡିଓ ମାଧ୍ୟମରେ ସୁରକ୍ଷିତ ଉଦ୍ଧାର ପାଇଁ ଆକୁଳ ନିବେଦନ ମଧ୍ୟ କରିଥିଲେ। ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦୁଇଟି ଗ୍ୟାସ ବୋଝେଇ ଜାହାଜ ଭାରତକୁ ଆଣାଯାଇଥିଲା ଏବଂ ସେହି ଜାହାଜମଧ୍ୟରୁ ଗୋଟିଏରେ ଅଶୋକ ଦୀକ୍ଷିତ ଥିଲେ। ଜଟିଳ ପରିସ୍ଥିତିରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ପାର୍ କରିବା ପରେ ମଧ୍ୟ ସେ ଡ୍ୟୁଟିରେ ରହିଥିବାରୁ ତତ୍କ୍ଷଣାତ୍ ଘରକୁ ଆସିପାରିନଥିଲେ। ବର୍ତ୍ତମାନ ଘରକୁ ଫେରିବା ପରେ ସେ ନିଜ ଅନୁଭବ ସମସ୍ତଙ୍କ ସହ ଅଂଶୀଦାର କରିଛନ୍ତି।

Leave A Reply

Your email address will not be published.