ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

୩ ଦିନରେ ହଜାରେଙ୍କୁ ଧରିଲା କରୋନା

0
  • ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଠାବ
  • ୫୬୧ଙ୍କ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଲା
  • ଗଞ୍ଜାମ ଜିଲ୍ଲାରେ କରୋନା ଆୟତ୍ତ ହେବାର ନା ଧରୁନି, ଦିନକରେ ୨୮୩
  • ଜୁଲାଇ ଆରମ୍ଭରୁ ରାଜ୍ୟରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି ଭୂତାଣୁ

ଭୁବନେଶ୍ବର: ଜୁଲାଇ ମାସ ଆରମ୍ଭରୁ ଓଡ଼ିଶାରେ ମାରାତ୍ମକ କରୋନା ତାର ଭୀଷଣ ରୂପ ଦେଖାଇଲାଣି। ସବୁ ରେକର୍ଡ ଆଜି ଅତିକ୍ରମ କରିଛି। ଗୋଟିଏ ଦିନରେ ୫୬୧ ଜଣଙ୍କ ଠାରେ କରୋନା ପଜିଟିଭ୍ ଥିବା ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦୦ ଅତିକ୍ରମ (୮୧୦୬) କରିଥିବା ବେଳେ ଆଜି ଆଉ ଦୁଇଜଣଙ୍କର ମୃତ୍ୟୁ ଘଟିବା କାରଣରୁ ଏହି ସଂଖ୍ୟା ୨୯ ଛୁଇଁଛି। ମୃତକ ଦୁଇଜଣ ଗଞ୍ଜାମ ଜିଲ୍ଲାର। ଆହୁରି ଚିନ୍ତାଜନକ ଘଟଣାଟି ହେଲା, ଯେତିକି ଲୋକଙ୍କ ଠାରେ ଆଜି ଭୂତାଣୁ ଚିହ୍ନଟ ହୋଇଛି, ସେମାନଙ୍କ ମଧ୍ୟରୁ ଗଞ୍ଜାମର ୨୮୩ ଓ କଟକର ୮୧ ଜଣ ଅଛନ୍ତି।

ପରିସଂଖ୍ୟାନକୁ ନିରେଖି ଦେଖିଲେ, କରୋନାର ଭୟାବହତା ଜଳ ଜଳ ଦିଶୁଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଛୁଇଁବା ଲାଗି ପାଖାପାଖି ୬୪ ଦିନ ଅର୍ଥାତ୍ ୨ମାସରୁ ଅଧିକ ସମୟ ଲାଗିଥିଲା। ତା ପର ୧୦୦୦ କିନ୍ତୁ ୧୨ ଦିନରେ ପହଞ୍ଚିଥିଲା। ପ୍ରଥମେ ୮ ଦିନ, ପରେ ୭ ଦିନ ଓ ୬ ଦିନ, ୪ ଦିନ ପରେ ଏବେ ମାତ୍ର ୩ ଦିନରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୦୦ରୁ ୮୦୦୦ରେ ପହଞ୍ଚିଯାଇଛି।

ରାଜ୍ୟ ସରକାର ଜୁଲାଇ ପହିଲାରୁ ଯେଉଁ କଟକଣା ଲାଗୁ କରିଛନ୍ତି, ସେଥିରେ କିଛି ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ହେଲେ ସ୍ଥିତିର ଗମ୍ଭୀରତା କାରଣରୁ ଅତ୍ୟନ୍ତ କଠୋର ପଦକ୍ଷେପ ନେବା ଲାଗି ଗୋଟିଏ ମହଲରୁ ଦାବି ଉଠୁଛି। ପୂର୍ବରୁ ପିସିସି ସଭାପତି ମଧ୍ୟ ଦାବି କରିଛନ୍ତି ଯେ ଏକକାଳୀନ କିଛି ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଉ।

ହେଲେ ଅର୍ଥନୀତି ଦୋହଲିଯିବାର ଭୟ ଥିବା କାରଣରୁ ଏଭଳି ପଦକ୍ଷେପ ଠିକ ନୁହେଁ ବୋଲି ଆଜି ବହୁ ବରିଷ୍ଠ ଅର୍ଥନୀତିଜ୍ଞ ମତ ରଖିଛନ୍ତି। ସେମାନଙ୍କ ମତ ହେଉଛି, ଲୋକଙ୍କୁ ସଚେତନ କରିବା ଓ ଲୋକେ ନିଜ ସୁରକ୍ଷା ନିଜେ କରିବା ଛଡ଼ା ଯେତେ ଅଧିକ କଟକଣା କରାଯିବ, ତାହା ମଧ୍ୟବିତ୍ତଙ୍କ ଆର୍ଥିକ ସ୍ଥିତି ଉପରେ ଜବରଦସ୍ତ ପ୍ରଭାବ ରଖିବ। ସରକାର ଏବେ ଲୋକଙ୍କୁ ଅଧିକ ସତର୍କ ଓ ସଚେତନ କରାଇବା ଦରକାର। କୌଣସି ପରିସ୍ଥିତିରେ କିନ୍ତୁ ସଟଡାଉନ୍ ଓ ଲକଡାଉନ୍ କଟକଣା ବଢ଼ାଇବା ଉଚିତ୍ ନୁହେଁ,ଯାହାଦ୍ବାରା ସ୍ଥିତି ଭୟାନକ ହୋଇପାରେ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର କରୋନା ଟେଷ୍ଟିଂକୁ ୬ହଜାରକୁ ବୃଦ୍ଧି କରିବା ଲାଗି ବିଚାର କରିଛନ୍ତି। ଆଜି ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ସେଥିରେ ସମୁଦାୟ ପରିସ୍ଥିତି ସଂପର୍କରେ ବିଶଦ ଆଲୋଚନା କରାଯାଇଥିବା ଖବର ମିଳିଛି।

Leave A Reply

Your email address will not be published.