ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

୩ ଦିନରେ ହଜାରେଙ୍କୁ ଧରିଲା କରୋନା

0
  • ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଠାବ
  • ୫୬୧ଙ୍କ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଲା
  • ଗଞ୍ଜାମ ଜିଲ୍ଲାରେ କରୋନା ଆୟତ୍ତ ହେବାର ନା ଧରୁନି, ଦିନକରେ ୨୮୩
  • ଜୁଲାଇ ଆରମ୍ଭରୁ ରାଜ୍ୟରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି ଭୂତାଣୁ

ଭୁବନେଶ୍ବର: ଜୁଲାଇ ମାସ ଆରମ୍ଭରୁ ଓଡ଼ିଶାରେ ମାରାତ୍ମକ କରୋନା ତାର ଭୀଷଣ ରୂପ ଦେଖାଇଲାଣି। ସବୁ ରେକର୍ଡ ଆଜି ଅତିକ୍ରମ କରିଛି। ଗୋଟିଏ ଦିନରେ ୫୬୧ ଜଣଙ୍କ ଠାରେ କରୋନା ପଜିଟିଭ୍ ଥିବା ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦୦ ଅତିକ୍ରମ (୮୧୦୬) କରିଥିବା ବେଳେ ଆଜି ଆଉ ଦୁଇଜଣଙ୍କର ମୃତ୍ୟୁ ଘଟିବା କାରଣରୁ ଏହି ସଂଖ୍ୟା ୨୯ ଛୁଇଁଛି। ମୃତକ ଦୁଇଜଣ ଗଞ୍ଜାମ ଜିଲ୍ଲାର। ଆହୁରି ଚିନ୍ତାଜନକ ଘଟଣାଟି ହେଲା, ଯେତିକି ଲୋକଙ୍କ ଠାରେ ଆଜି ଭୂତାଣୁ ଚିହ୍ନଟ ହୋଇଛି, ସେମାନଙ୍କ ମଧ୍ୟରୁ ଗଞ୍ଜାମର ୨୮୩ ଓ କଟକର ୮୧ ଜଣ ଅଛନ୍ତି।

ପରିସଂଖ୍ୟାନକୁ ନିରେଖି ଦେଖିଲେ, କରୋନାର ଭୟାବହତା ଜଳ ଜଳ ଦିଶୁଛି। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଛୁଇଁବା ଲାଗି ପାଖାପାଖି ୬୪ ଦିନ ଅର୍ଥାତ୍ ୨ମାସରୁ ଅଧିକ ସମୟ ଲାଗିଥିଲା। ତା ପର ୧୦୦୦ କିନ୍ତୁ ୧୨ ଦିନରେ ପହଞ୍ଚିଥିଲା। ପ୍ରଥମେ ୮ ଦିନ, ପରେ ୭ ଦିନ ଓ ୬ ଦିନ, ୪ ଦିନ ପରେ ଏବେ ମାତ୍ର ୩ ଦିନରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୦୦ରୁ ୮୦୦୦ରେ ପହଞ୍ଚିଯାଇଛି।

ରାଜ୍ୟ ସରକାର ଜୁଲାଇ ପହିଲାରୁ ଯେଉଁ କଟକଣା ଲାଗୁ କରିଛନ୍ତି, ସେଥିରେ କିଛି ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ହେଲେ ସ୍ଥିତିର ଗମ୍ଭୀରତା କାରଣରୁ ଅତ୍ୟନ୍ତ କଠୋର ପଦକ୍ଷେପ ନେବା ଲାଗି ଗୋଟିଏ ମହଲରୁ ଦାବି ଉଠୁଛି। ପୂର୍ବରୁ ପିସିସି ସଭାପତି ମଧ୍ୟ ଦାବି କରିଛନ୍ତି ଯେ ଏକକାଳୀନ କିଛି ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଉ।

ହେଲେ ଅର୍ଥନୀତି ଦୋହଲିଯିବାର ଭୟ ଥିବା କାରଣରୁ ଏଭଳି ପଦକ୍ଷେପ ଠିକ ନୁହେଁ ବୋଲି ଆଜି ବହୁ ବରିଷ୍ଠ ଅର୍ଥନୀତିଜ୍ଞ ମତ ରଖିଛନ୍ତି। ସେମାନଙ୍କ ମତ ହେଉଛି, ଲୋକଙ୍କୁ ସଚେତନ କରିବା ଓ ଲୋକେ ନିଜ ସୁରକ୍ଷା ନିଜେ କରିବା ଛଡ଼ା ଯେତେ ଅଧିକ କଟକଣା କରାଯିବ, ତାହା ମଧ୍ୟବିତ୍ତଙ୍କ ଆର୍ଥିକ ସ୍ଥିତି ଉପରେ ଜବରଦସ୍ତ ପ୍ରଭାବ ରଖିବ। ସରକାର ଏବେ ଲୋକଙ୍କୁ ଅଧିକ ସତର୍କ ଓ ସଚେତନ କରାଇବା ଦରକାର। କୌଣସି ପରିସ୍ଥିତିରେ କିନ୍ତୁ ସଟଡାଉନ୍ ଓ ଲକଡାଉନ୍ କଟକଣା ବଢ଼ାଇବା ଉଚିତ୍ ନୁହେଁ,ଯାହାଦ୍ବାରା ସ୍ଥିତି ଭୟାନକ ହୋଇପାରେ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର କରୋନା ଟେଷ୍ଟିଂକୁ ୬ହଜାରକୁ ବୃଦ୍ଧି କରିବା ଲାଗି ବିଚାର କରିଛନ୍ତି। ଆଜି ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ସେଥିରେ ସମୁଦାୟ ପରିସ୍ଥିତି ସଂପର୍କରେ ବିଶଦ ଆଲୋଚନା କରାଯାଇଥିବା ଖବର ମିଳିଛି।

Leave A Reply

Your email address will not be published.