ପ୍ରମୁଖ ଖବର

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ
ଆସାମରେ ହିମନ୍ତଙ୍କ ଐତିହାସିକ ବିଜୟ
କଲକାତାରେ ଭୋଟ ଗଣନା ମଧ୍ୟରେ ସେଲିବ୍ରେସନ ନିଷେଧ
ହାରିଲେ କଂଗ୍ରେସ ମୁଖିଆ ଗୌରବ ଗୋଗୋଇ
ଯାଜପୁରରେ ଭୟାବହ ସଡ଼କ ଦୁର୍ଘଟଣା, ୫ ମୃତ
ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

କେରଳରେ ପରିବର୍ତ୍ତନର ଲହରୀ, ୟୁଡିଏଫ ଫେରିଲା କ୍ଷମତାକୁ

0

କେରଳ: ବିଧାନସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଭାରି ବହୁମତ ସହ କ୍ଷମତାକୁ ଫେରିଛି। ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ବାମପନ୍ଥୀ ଶାସନକୁ ଏହା ସହ ଶେଷ ହୋଇଛି। ୧୪୦ ଆସନରୁ ୟୁଡିଏଫ ପ୍ରାୟ ୯୫ ରୁ ୧୦୨ ଆସନରେ ଆଗୁଆ ରହି ବହୁମତ ସୀମାକୁ ଅତିକ୍ରମ କରିଛି। ବାମ ମୋର୍ଚ୍ଚା କେବଳ ୩୬ ରୁ ୪୨ ଆସନରେ ସୀମିତ ରହିଛି।

ଏହି ନିର୍ବାଚନରେ ବିଜେପି ମଧ୍ୟ ୩ଟି ଆସନରେ ଜିତିଛି। ରାଜୀବ ଚନ୍ଦ୍ରଶେଖର ନେମୋମରୁ ବିଜୟୀ ହୋଇଥିବାବେଳେ ଭି ମୂରଲୀଧରନ କଝାକ୍କୁଟ୍ଟମ ଆସନରୁ ଜିତିଛନ୍ତି। ଚାତନ୍ନୁରରୁ ବିଜେପି ପ୍ରାର୍ଥୀ ବି.ବି ଗୋପକୁମାର ମଧ୍ୟ ବିଜୟ ହାସଲ କରିଛନ୍ତି।

୧୦ ବର୍ଷର ଶାସନ ପ୍ରତି ଲୋକଙ୍କ ଅସନ୍ତୋଷ, ଆର୍ଥିକ ଚାପ, ଦୁର୍ନୀତି ଅଭିଯୋଗ ଓ ବିକାଶ କାର୍ଯ୍ୟରେ ମନ୍ଦଗତି ଏହି ପରିଣାମର ପ୍ରମୁଖ କାରଣ।ପାରମ୍ପରିକ ଭାବେ କେରଳରେ ପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନ ହୁଏ। ୨୦୨୧ରେ ପିନାରାୟୀ ବିଜୟନ ଲଗାତାର ଦ୍ୱିତୀୟ ଥର ଜିତି ଇତିହାସ ଗଢ଼ିଥିଲେ, କିନ୍ତୁ ଏଥର ସେହି ଧାରା ପୁଣି ପୁରୁଣା ପଥକୁ ଫେରିଛି।

Leave A Reply

Your email address will not be published.