ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଚୀନର ଲିଉୟାଙ୍ଗରେ ଭୟାବହ ବାଣ କାରଖାନା ବିସ୍ଫୋରଣ

0

ନ୍ୟୁଜ୍ ବ୍ୟୁରୋ: ଚୀନର ଲିଉୟାଙ୍ଗ ସହରରେ ଥିବା ଏକ ବାଣ କାରଖାନାରେ ସୋମବାର ସନ୍ଧ୍ୟାରେ ଘଟିଥିବା ଭୟାବହ ବିସ୍ଫୋରଣରେ ଅନ୍ତତଃ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହାସହିତ ୬୧ ଜଣ ଗୁରୁତର ଓ ସାଧାରଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଗୁଆଣ୍ଡୁ ଟାଉନସିପ୍‌ରେ ଅବସ୍ଥିତ ଲିଉୟାଙ୍ଗ ହୁଆଶେଙ୍ଗ ବାଣ କାରଖାନାରେ ଘଟିଥିବା ଜଣାପଡ଼ିଛି।

ସ୍ଥାନୀୟ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ସମୟରେ ହଠାତ୍ କାରଖାନା ଭିତରେ ଭୟଙ୍କର ବିସ୍ଫୋରଣ ଘଟିଥିଲା, ଯାହାର ପ୍ରଭାବରେ ଚାରିପାଖର ଅଞ୍ଚଳ କମ୍ପିଉଠିଥିଲା। ବିସ୍ଫୋରଣ ପରେ କାରଖାନାରେ ଆଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା ଏବଂ ଦୂରରୁ ଧୂଆଁର ମେଘ ଦେଖାଯାଉଥିଲା। ଘଟଣା ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ, ପୋଲିସ ଏବଂ ଉଦ୍ଧାର ଦଳ ଘଟଣାସ୍ଥଳକୁ ପହଞ୍ଚି ଆଗ୍ନିନିବାରଣ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Leave A Reply

Your email address will not be published.