ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ରାଜ୍ୟରେ ନାହିଁ ତୈଳ ସଙ୍କଟ

0

ଭୁବନେଶ୍ଵର: ରାଜ୍ୟରେ ତୈଳ ସଙ୍କଟ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ମଧ୍ୟରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭାରତୀୟ ତୈଳ ନିଗମ ଏବଂ ଉତ୍କଳ ପେଟ୍ରୋଲିୟମ ଡିଲର୍ସ ସଂଘର ପ୍ରତିନିଧିମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକ ପରେ ଭାରତୀୟ ତୈଳ ନିଗମର ମୁଖ୍ୟ ମହାପ୍ରବନ୍ଧକ କମଲ ସିଲ୍ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ମହଜୁଦ ରହିଛି ଏବଂ ତୈଳ ଯୋଗାଣ ସ୍ୱାଭାବିକ ଭାବେ ଚାଲିଛି। ଲୋକମାନଙ୍କ ଅତ୍ୟଧିକ କ୍ରୟ ପ୍ରବୃତ୍ତି ଓ ଭୟଭୀତ ହୋଇ ତୈଳ ସଂଗ୍ରହ କରିବା ଯୋଗୁଁ କେତେକ ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ି ଦେଖାଯାଇଥିଲା, କିନ୍ତୁ ପ୍ରକୃତରେ କୌଣସି ତୈଳ ଅଭାବ ନାହିଁ।

ସେ କହିଛନ୍ତି ଯେ, ସମସ୍ତ ପେଟ୍ରୋଲ ପମ୍ପକୁ ନିୟମିତ ଭାବେ ତୈଳ ଯୋଗାଣ କରାଯାଉଛି ଏବଂ ଯେଉଁଠାରେ ସାମୟିକ ଭାବେ ତୈଳ କମିଯାଉଛି, ସେଠାରେ ତୁରନ୍ତ ପୁନଃ ଯୋଗାଣ ବ୍ୟବସ୍ଥା କରାଯାଉଛି। ପାରାଦୀପ ବିଶୋଧନାଗାରରୁ ଯୋଗାଣରେ କୌଣସି ବାଧା ନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ଉତ୍କଳ ପେଟ୍ରୋଲିୟମ ଡିଲର୍ସ ସଂଘର ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ଯେ, ଅତ୍ୟଧିକ ବିକ୍ରି ଏବଂ ଯୋଗାଣ ବ୍ୟବସ୍ଥାରେ ସାମୟିକ ବିଳମ୍ବ ଯୋଗୁଁ ଏହି ପରିସ୍ଥିତି ଉପୁଜିଥିଲା। ରବିବାର ମଧ୍ୟ ତୈଳ ଯୋଗାଣ ଜାରି ରହିବ ଏବଂ ସୋମବାର ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ସମ୍ପୂର୍ଣ୍ଣ ସାଧାରଣ ହୋଇଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି।

Leave A Reply

Your email address will not be published.